ବ୍ରହ୍ମପୁର: ଖଚାଖଚ୍ ଜନଗହଳିରେ ଛକିଲେ, ଝାମ୍ପିଲେ, ଚମ୍ପଟ ମାରଲେ ଲୁଟେରା, ପୋଲିସ କଲା ଗିରଫ

ବ୍ରହ୍ମପୁର(କେନ୍ୟୁଜ୍):  ଛକିଲେ, ଝାମ୍ପିଲେ, ଚମ୍ପଟ ମାରଲେ। କିଛି ଏଭଳି ଭାବରେ ଲାଇଭ ଲୁଟର ଚିତ୍ର ବ୍ରହ୍ମପୁରରୁ ବଡ଼ବଜାର ଥାନା ଅଞ୍ଚଳ ଜନଗହଳି ରାସ୍ତାରେ  ଦେଖିବାକୁ ମିଳିଛି। ପଲ୍‌ସର୍‌ରେ ଆସିଥିବା ଲୁଟେରା ମହିଳାଙ୍କ ଉପରେ ନଜର ରଖିଥିଲେ । ମହିଳା ଜଣଙ୍କ ଚାଲି ଚାଲି ଯାଉଥିବା ବେଳେ ସୁଯୋଗ ଦେଖି ତାଙ୍କ ବେକରୁ ସୁନା ଚେନ ଝାମ୍ପି  ନେଇଥିଲେ। ଏ ତମାମ ଦୃଶ୍ୟ  ସିସିଟିଭି କ୍ୟାମେରାରେ ଘଟଣାବେଳର କଏଦ ହୋଇଛି । ଏହି ଘଟଣା ପରେ ବିଭିନ୍ନ  ଥାନା ଅଧିକାରୀଙ୍କୁ ନେଇ ତଦନ୍ତ ଚଲାଇଥିଲା ପୋଲିସ। ଏହି ଘଟଣାରେ  ଏରଗୋଲା ଗ୍ୟାଙ୍ଗର ତିନି ଜଣ ଲୁଟେରା ସାମିଲ ଥିବାରୁ ସେମାନଙ୍କୁ ଗିରଫ କରିଛି ପୋଲିସ। ଗିରଫ ଲୁଟେରାମାନେ ହେଲେ ଆସିକା ଥାନା ଝଗଡ଼େଇ ଗାଁର ଏ.ଗଣେଶ, ଏ.ଦୁର୍ଗା ଓ ନରସିମା ଦାଶ । ଏମାନଙ୍କ ଠାରୁ ୨୦ ହଜାର ଟଙ୍କା ଓ ଲୁଟ୍‌ରେ ବ୍ୟବହୃତ ଦୁଇଟି ପଲସର୍‌ ଜବତ କରାଯାଇଛି । ଗିରଫ ଲୁଟେରାଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.