Below header

ବସରେ ଗାଁକୁ  ଫେରିବା ବେଳେ ବାଟରେ ଓହ୍ଲେଇପାରିବେନି ପ୍ରବାସୀ ଓଡିଆ, ନଚେତ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ

କେନ୍ୟୁଜ୍(ବ୍ୟୁରୋ): ଏଣିକି ପ୍ରବାସୀ ଓଡିଆ ଓଡିଶାକୁ ବସରେ ଆସିଲେ ବାଟକୁ ଓହ୍ଲାଇପାରିବେ ନାହିଁ ।   ରାଜ୍ୟ ବାହାରୁ ଫେରୁଥିବା ଲୋକଙ୍କୁ ଅଧା ବାଟରେ କିମ୍ବା ଏଠି ସେଠି ଛାଡିଲେ ଏଣିକି ଫସିବେ ଡ୍ରାଇଭର, ହେଲପର। ଏ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖି ଏସଆରସି କହିଛନ୍ତି, ରାଜ୍ୟ ବାହାରୁ ଫେରୁଥିବା ଲୋକଙ୍କୁ ଷ୍ଟେସନରୁ ନେବା ପାଇଁ ସମ୍ପୃକ୍ତ ଜିଲ୍ଲା ତଦାରଖ କରୁଛି। ଏଥିପାଇଁ ବସ ଆସୁଛି। କିନ୍ତୁ ଗଲା ବେଳେ ବାଟରେ ଅନେକ ଲୋକ ଓହ୍ଲାଇ ଯାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

migrant in bus

ଏଣିକି ଷ୍ଟେସନରୁ ଲୋକଙ୍କୁ ନେବା ବେଳେ ଯଦି ବାଟରେ ଓହ୍ଲାଇଥାନ୍ତି ତାହା ହେଲେ ସମ୍ପୃକ୍ତ ବସର ଡ୍ରାଇଭରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଏଥିପାଇଁ ଜିଲ୍ଲାସ୍ତରରେ ଜଣେ ନୋଡାଲ ଅଫିସରଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି। ଏଣିକି ତ୍ରୁଟି ହେଲେ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। ସରକାର କହିଛନ୍ତି, ବାହାରୁ ଫେରିବା ପରେ ବସରେ ବସି ସିଧା ତାଙ୍କ ଗାଁ କ୍ୱାରେଣ୍ଟାଇନ ସେଣ୍ଟରରେ ପହଞ୍ଚାଯିବ। ଏଥିରେ ତ୍ରୁଟି ଘଟିଲେ ଡ୍ରାଇଭର, ହେଲପର, ବସ ସମେତ ନୋଡାଲ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.