ଟିକାକରଣ: ଭାରତ ଏବେ ପାକିସ୍ତାନକୁ ବହୁତ ଜଲ୍ଦି ମାଗଣାରେ ଦେବ କରୋନା ଭ୍ୟାକ୍ସିନ୍ର ୧.୬ କୋଟି ଡୋଜ୍
![vaccine](https://knewsodisha.com/wp-content/uploads/2021/03/vaccine-2.jpg)
ପାକିସ୍ତାନକୁ ବହୁତ ଜଲ୍ଦି ଭାରତରେ ନିର୍ମିତ କରୋନା ଭ୍ୟାକ୍ସିନ୍ର ୧.୬ କୋଟି ଡୋଜ୍ ମାଗଣାରେ ମିଳିବ। ପୁଣେସ୍ଥିତ ସିରମ୍ ଇନ୍ଷ୍ଟିଚ୍ୟୁଟ ଦ୍ୱାରା ଉତ୍ପାଦିତ ଅକ୍ସଫୋର୍ଡ-ଅଷ୍ଟ୍ରାଜେନେକାର କୋଭିଶିଲ୍ଡ ଗାଭି(Global Alliance for Vaccine and Vaccination) ଜରିଆରେ ପାକିସ୍ତାନ ପହଞ୍ଚିବ। ଏହି ଭ୍ୟାକ୍ସିନ୍ ସାହାଯ୍ୟରେ ପାକିସ୍ତାନ ନିଜର ୪.୫ କୋଟି ନାଗରିକଙ୍କ ପାଇଁ ଟିକାକରଣ ପ୍ରକ୍ରିୟା ଆରମ୍ଭ କରିବ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସଂସ୍ଥାନ(NIH)ର ଅଧିକାରୀମାନେ ସଂସଦର Public Accounts Committee (PAC)କୁ କହିଛନ୍ତି କି, ପାକିସ୍ତାନର ଟିକାକରଣ କାର୍ଯ୍ୟକ୍ରମ ମୁଖ୍ୟତଃ ଗାଭି ଜରିଆରେ ମିଳିବାକୁ ଥିବା ମାଗଣା ଭ୍ୟାକ୍ସିନ୍ ଉପରେ ନିର୍ଭର କରୁଛି। କାରଣ, ଚୀନ ନିର୍ମିତ ଭ୍ୟାକ୍ସିନ୍ ‘କ୍ୟାନସିନୋ’ର ଦାମ୍ ପାକିସ୍ତାନୀ ମୁଦ୍ରାରେ ପ୍ରତି ବ୍ୟକ୍ତି ପିଛା ୨ ହଜାର ଟଙ୍କା(୧୩ ଡଲାର) ପଡ଼ିବ।
ଅଧିକାରୀଙ୍କ କହିବା ହେଲା, ପାକିସ୍ତାନକୁ ଭାରତ ନିର୍ମିତ କରୋନା ଭ୍ୟାକ୍ସିନ ଏହି ମାସ ମଝି ସୁଦ୍ଧା ମିଳିଯିବ। ଶେଷ ଡୋଜ୍ ଜୁନ୍ ସୁଦ୍ଧା ପହଞ୍ଚିବ। ଦେଶରେ ଦ୍ରୁତ ଗତିରେ ଆଗେଇ ଚାଲିଥିବା କରୋନା ଟିକାକରଣ ଭିତରେ ଭାରତ ଅନ୍ୟ ଦେଶଗୁଡ଼ିକୁ ମଧ୍ୟ ଭ୍ୟାକ୍ସିନ୍ ଉପଲବ୍ଧ କରାଉଛି। ପାକିସ୍ତାନର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସେବା(NHS) ସଚିବ ଆମିର ଅଶରଫ ଖ୍ଵରଜା PACକୁ କହିଛନ୍ତି କି, ପାକିସ୍ତାନକୁ ଭାରତ ନିର୍ମିତ କରୋନା ଭ୍ୟାକ୍ସିନ୍ ଏହି ମାସରେ ମିଳିବ।