ଟିକଟକ୍ ବନ୍ଦ ହେଲା ତ କ’ଣ ହେଲା ଆସିଲା ଫେସବୁକ ରିଲ୍ସ, ଟିକଟକ୍ ଭଳି ରହିବ ଫିଚର୍ସ

ଭାରତରେ ଗତ କିଛିଦିନ ତଳେ ଚୀନ ମୋବାଇଲ ଆପ୍ସ ବ୍ଯାନ ହେବା ପରେ ଟିକଟକ୍ ମଧ୍ୟ ବ୍ଯାନ ହୋଇଗଲା। ଏଥିପାଇଁ ଟିକଟକ୍ ଫ୍ଯାନଙ୍କ ପାଇଁ ଟିକଟକ୍ ଭଳି ଆପ୍ସ ଯେମିତିକି ଇନଷ୍ଟାଗ୍ରାମ ରିଲ୍ସ ଭଳି ଅନେକ ଆପ୍ ଲଞ୍ଚ ହୋଇଥିଲା। ଏହା ମଧ୍ୟରେ ଏବେ ସାମିଲ ହେବାକୁ ଯାଉଛି ଫେସ୍ବୁକ୍ ।

ଏବେ ଫେସ୍ବୁକରେ ଆପଣ ଟିକ୍ଟକ୍ ଭଳି ମଜା ନେଇପାରିବେ । ବିଶ୍ୱର ସବୁଠାରୁ ବଡ଼ ସୋସାଲ୍ ମିଡିଆ ୱେବ୍ସାଇଟ୍ ଫେସ୍ବୁକ୍ ନିଜର ଫେସ୍ବୁକ୍ ରିଲ୍ ନାମକ ଏକ ଫିଚର୍ ଅଫିସିଆଲ୍ ଲଞ୍ଚ କରିଛି । ଏହି ଫିଚର ଆରମ୍ଭ ପ୍ରଥମେ ଭାରତରୁ କରାଯାଇଥିବା ଜଣାପଡ଼ିଛି । ତେବେ ବ୍ୟବହାରକାରୀ ସେମାନଙ୍କର ଇନଷ୍ଟାଗ୍ରାମରୁ ସିଧା-ସଳଖ ନିଜ ଭିଡିଓକୁ ଫେସ୍ବୁକରେ ସେୟାର କରିପାରିବେ ବୋଲି ଏଥିରେ କୁହାଯାଇଛି ।

ଫେସ୍ବୁକ୍ ଟିକଟକ୍ ଭଳି ଭିଡିଓ ପ୍ରସ୍ତୁତ କରିବା ପାଇଁ ଏକ ଫିଚର୍ ଦେଉଛି । ଏହାର ନାମ ରିଲ୍ସ ରଖାଯାଇଛି । ଏଥିରେ ଇନଷ୍ଟାଗ୍ରାମ ରିଲ୍ ଭଳି ପ୍ରାୟ ସମାନ ଫିଚର୍ ରହିଛି । ଏହାକୁ ବ୍ୟବହାର କରି ଆପଣ କିଛି ସେକେଣ୍ଡରେ ଭିଡିଓ ପ୍ରସ୍ତୁତ କରିପାରିବେ ଏବଂ ଏହାକୁ ସେୟାର କରିପାରିବେ । ଏହି ଭିଡିଓଗୁଡ଼ିକ ନ୍ୟୁଜ୍ ଫିଡରେ ଦେଖାଯିବ । ବ୍ୟବହାରକାରୀ ମ୍ୟୁଜିକ୍ ଲାଇବ୍ରେରିରୁ ଗୀତ ଚୟନ କରି ଏହାର ଭିଡିଓ କରିବେ । ବିଭିନ୍ନ ପ୍ରକାରର ଇଫେକ୍ଟ ଦେଇ ଟାଇମର୍ ସେଟିଙ୍ଗ୍ କରିପାରିବେ । ଏଥି ସହିତ ଭିଡିଓର ସ୍ପିଡ୍ ବଢ଼ାଇ ପାରିବେ ବା କମାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.