ଚଳନ୍ତା ଟ୍ରାଫିକ୍ ରେ ପ୍ରିୱେଡିଙ୍ଗ୍ ଫଟୋସୁଟ୍, ୟୁନିଫର୍ମରେ ଭାବିପତ୍ନୀଙ୍କ ଠାରୁ ଲାଞ୍ଚ ନେଲେ ପୋଲିସ କର୍ମଚାରୀ

ବିବାହ ପୂର୍ବରୁ ପ୍ରିୱେଡିଙ୍ଗ୍ ଫଟୋସୁଟ୍ ବର୍ତ୍ତମାନ ଫ୍ୟାସନ ହୋଇସାରିଛି। ରାଜସ୍ତାନରେ ଏଭଳି ଏକ ପ୍ରିୱେଡିଙ୍ଗ୍ ଫଟୋସୁଟ୍ କୁ ନେଇ ପୋଲିସ ବିଭାଗରେ ହଙ୍ଗାମା ଦେଖିବାକୁ ମିଳିଛି। ଏଭଳି ଘଟଣା ରାଜସ୍ଥାନର ଜଣେ ପୋଲିସ କର୍ମଚାରୀ ଧନପତ ସିଂହଙ୍କ କ୍ଷେତ୍ରରେ ଘଟିଛି। ସୂଚନା ମୁତାବକ, ନିଜର ପ୍ରିୱେଡିଙ୍ଗ୍ ଫଟୋସୁଟ୍ କରାଇବା ପରେ ବିଭାଗ ପକ୍ଷରୁ ତାଙ୍କ ପାଖକୁ ନୋଟିସ୍ ଜାରି କରାଯାଇଛି । ତାଙ୍କର ଏହି ଭିଡିଓଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ପୋଲିସ ବିଭାଗରେ ଏନେଇ ଚର୍ଚ୍ଚା ହେବା ସାଙ୍ଗକୁ ନୋଟିସ୍ ଜାରି କରାଯାଇଛି। ଏହି ପୋଲିସ କର୍ମଚାରୀଙ୍କ ଭାବିପତ୍ନୀ ଫଟୋସୁଟ୍ ସମୟରେ ସ୍ୱାମୀଙ୍କୁ ୟୁନିଫର୍ମରେ ଦେଖିବାକୁ ଚାହୁଁଥିଲେ ।
ରିପୋର୍ଟ ଅନୁଯାୟୀ ପୋଲିସ ବାବୁ ଜଣକ ପ୍ରଥମେ ଟ୍ରାଫିକ୍ ପୋଲିସ୍ ଭାବେ କାର୍ଯ୍ୟରତ ଥିବାବେଳେ ବିନା ହେଲମେଟ୍ ରେ ତାଙ୍କ ଭାବିପତ୍ନୀ ଟ୍ରାଫିକ୍ ନିୟମ ଭାଙ୍ଗୁଥିଲେ। ଏହି ସମୟରେ ଚାଲାଣ କାଟିବା ବେଳେ ସେ ପୁଲିସବାବୁଙ୍କ ପକେଟ୍ ରେ ୫୦୦ ଟଙ୍କିଆ ନୋଟ୍ ଟିଏ ରୋମାଣ୍ଟିକ୍ ଅନ୍ଦାଜରେ ରଖୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏନେଇ ଆଇଜି ହୱା ସିଂହ ଘୁମାରିୟା ରାଜ୍ୟ ଏସପି ଏବଂ ନବନିଯୁକ୍ତ ପୁଲିସକର୍ମୀଙ୍କୁ ୟୁନିଫର୍ମ ପିନ୍ଧି ଏଭଳି କୌଣସି କାମ ନ କରିବା ପାଇଁ ତାଗିଦ୍ କରିବା ସହ ଭିଡିଓଟିକୁ ଦୁର୍ଭାଗ୍ୟପୂର୍ଣ୍ଣ କହିଛନ୍ତି ।
ଏହାସହ ପଢନ୍ତୁ: ଗାର୍ଲଫ୍ରେଣ୍ଡ ଦେଲେ ନାହିଁ ପ୍ରଶ୍ନର ଉତ୍ତର ତେଣୁ ବଏଫ୍ରେଣ୍ଡ କଲେ କିଛି ଏପରି
ଏହି ମାମଲାରେ ଜିଲ୍ଲା ପୁଲିସ ଅଧିକାରୀ କ୍ୟାପଟେନ୍ କୈଲାସ୍ ବିଷ୍ଣୋଇ ମଧ୍ୟ ଘଟଣା ଉପରେ ବିଭାଗୀୟ ଯାଞ୍ଚ କରିବାକୁ ଆଦେଶ ଦେଇଛନ୍ତି । ଏହା ବ୍ୟତୀତ ପୋଲିସ ମୁଖ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ଆଦେଶ ଅନୁଯାୟୀ ଏସପି ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଆବଶ୍ଯକ ସ୍ଥାନରେ କେବଳ ପୋଲିସ ପୋଷାକ ବ୍ଯବହାର କରିପାରିବେ ବୋଲି ଅବଗତ କରାଇଛନ୍ତି।