କଟକ-ଭୁବନେଶ୍ବର ରାସ୍ତାରେ ନକଲି ତେଲ କାରଖାନା ଠାବ, ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ଲୋଗୋ ଜବତ

କଟକ(କେନ୍ୟୁଜ୍): ବ୍ରାଣ୍ଡ ଅସଲି ତେଲ ନକଲି। କଟକରେ ପୁଣି ନକଲି ଖାଇବା ତେଲ ଜବତ। କଟକ ବମ୍ଫକୁଦ ନିକଟରେ ଏକ ଅପମିଶ୍ରିତ ତେଲ କାରଖାନା ଠାବ ହୋଇଛି। କାରଖାନାରୁ ବିଭିନ୍ନ କମ୍ପାନୀର ଲୋଗୋ ଥିବା ବିପୁଳ ପରିମାଣର ଖାଇବା ତେଲ ଜବତ ହୋଇଛି। ନାମୀଦାମୀ ବ୍ରାଣ୍ଡର ତେଲ ଲୋଗୋ ଲଗାଇ ଅପମିଶ୍ରିତ କରାଯାଉଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ଏହି ଘଟଣାରେ ଜଣଙ୍କୁ ଅଟକ ରଖାଯାଇଛି। ଏହାସହ ତେଲ ତିଆରି ପାଇଁ ବିଭିନ୍ନ ଯନ୍ତ୍ରାଂଶ ମଧ୍ୟ ଜବତ ହୋଇଛି। ଘଟଣାସ୍ଥଳରେ କଟକ ସଦର ପୋଲିସ୍‌ର ତଲାସି ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.