Below header

ଟ୍ରମ୍ପ୍‌ଙ୍କୁ ମାରିବା ପାଇଁ ଇରାନ୍‌ ଘୋଷଣା କଲା କୋଟି କୋଟି ଟଙ୍କାର ପୁରସ୍କାର

ଦୁବାଇ : ଆମେରିକା ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ୍‌ଙ୍କୁ ହତ୍ୟା କଲେ ପୁରସ୍କାର ମିଳିବ ୫୬୦ କୋଟି ଟଙ୍କା । ଏଭଳି ଘୋଷଣା କରାଯାଇଛି ଇରାନ୍‌ ପକ୍ଷରୁ । ମେଜର ଜେନେରାଲ କାସିମ୍‌ ସୁଲେମାନିଙ୍କୁ ଆମେରିକା ଡ୍ରୋନ୍‌ ଆକ୍ରମଣ କରି ମାରିବା ପରେ ଏବେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଅଯଥାରେ ଇରାନ୍‌ ଉପରେ ଆମେରିକା ଆକ୍ରମଣ କରୁଛି ବୋଲି କୁହାଯାଉଛି । ଏହି ପରିପ୍ରେକ୍ଷୀରେ ଇରନ୍‌ ତରଫରୁ ଏଭଳି ପୁରସ୍କାର ଘୋଷଣା କରାଯିବା ସହ ଚେତାବନୀ ମଧ୍ୟ ଦିଆଯାଇଛି ।

trump

ସୁଲେମାନିଙ୍କ ଶେଷକୃତ୍ୟ ବେଳେ ଇରାନ୍‌ର ସରକାରୀ ଟେଲିଭିଜନ୍‌ ପ୍ରସାରଣ ସମୟରେ କୁହାଯାଇଥିଲା ଯେ ଇରାନ୍‌ର ଲୋକ ସଂଖ୍ୟା ହେଉଛି ୮୦ ନିୟୁତ । ସେହି ଅନୁସାରେ ଆମେ ଟ୍ରମ୍ପ୍‌ଙ୍କ ମୁଣ୍ଡରେ ୮୦ ନିୟୁତ ଡଲାର ପୁରସ୍କାର ଘୋଷଣା କରୁଛୁ । ବର୍ତ୍ତମାନ ଆମେରିକା ଓ ଇରାନ୍‌ ମଧ୍ୟରେ ଉତ୍ତେଜନା ଯୋଗୁଁ ସାରା ବିଶ୍ୱ ପ୍ରଭାବିତ ହୋଇଛି । ଯାହାକୁ ନେଇ ବିଶ୍ୱ ସମୁଦାୟରେ ଚିନ୍ତା ବଢ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.