ମୟୁରଭଞ୍ଜରେ ସର୍ବନିମ୍ନ ତାପମାତ୍ରା ୩.୫ଡିଗ୍ରୀ ରେକର୍ଡ, ଆସନ୍ତାକାଲିଠୁ ବର୍ଷା ସମ୍ଭାବନା!

ମୟୁରଭଞ୍ଜ: ପ୍ରବଳ ଜାଡରେ ପୁଣି ଥରୁଛି ସାରା ଓଡ଼ିଶା। ୧୦ଡିଗ୍ରୀ ତଳେ ୫ଟି ସହର ରହିଛି। ମୟୁରଭଞ୍ଜରେ ସର୍ବନିମ୍ନ ତାପମାତ୍ରା ୩.୫ଡିଗ୍ରୀକୁ ଖସିଛି। ସାରା ରାଜ୍ୟରେ ଥଣ୍ଡା ବଢିଚାଲିଥିବାବେଳେ କାଲିଠୁ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ଯାଏଁ ଅନୁଗୁଳ,ବୌଦ୍ଧ,ସୋନପୁର ଓ ଦେବଗଡ ଜିଲ୍ଲାରେ ଥଣ୍ଡା ଲାଗି ରହିବ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ନୂଆପଡା, ବରଗଡ, ଝାରସୁଗୁଡା,ସମ୍ବଲପୁର,ଅନୁଗୁଳ ଜିଲ୍ଲା ଗୁଡିକରେ ଆସନ୍ତାକାଲି ସ୍ୱଳ୍ପରୁ ମଧ୍ୟମ ଧରଣାର ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲିଠୁ ପାରଦ ଆହୁରି ୨ ରୁ ୩ ଡିଗ୍ରୀ ଖସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.