Below header

ସୀମା ହାଇଦରକୁ ନେଇ ବଢ଼ିଲା ସସପେନ୍ସ,, ପ୍ରେମିକା ନା ଆଇଏସଆଇ ଏଜେଣ୍ଟ ?

ପ୍ରେମିକା ନା ଆଇଏସଆଇ ଏଜେଣ୍ଟ ? ପ୍ରେମ ପାଇଁ ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରକୁ ନେଇ ବଢ଼ିଲା ସସପେନ୍ସ । ସନ୍ଦେହଘେରରେ ସୀମା । କେବଳ ପ୍ରେମକୁ ପାଇବା ପାଇଁ ଭାରତ ଆସିଛନ୍ତି ନା କୌଣସି ବଡ଼ ଷଡ଼ଯନ୍ତ୍ର ରହିଛି ? ସୀମା ପାକିସ୍ତାନ ଗୁଇନ୍ଦା ସଂସ୍ଥା ISI ଏଜେଣ୍ଟ ଭାବରେ ଭାରତ ଆସି ନାହାନ୍ତି ତ ?

ପ୍ରେମିକା ନା ଆଇଏସଆଇ ଏଜେଣ୍ଟ ? ପ୍ରେମ ପାଇଁ ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରକୁ ନେଇ ବଢ଼ିଲା ସସପେନ୍ସ । ସନ୍ଦେହଘେରରେ ସୀମା । କେବଳ ପ୍ରେମକୁ ପାଇବା ପାଇଁ ଭାରତ ଆସିଛନ୍ତି ନା କୌଣସି ବଡ଼ ଷଡ଼ଯନ୍ତ୍ର ରହିଛି ? ସୀମା ପାକିସ୍ତାନ ଗୁଇନ୍ଦା ସଂସ୍ଥା ISI ଏଜେଣ୍ଟ ଭାବରେ ଭାରତ ଆସି ନାହାନ୍ତି ତ ? ଏମିତି ସନ୍ଦେହ ଏବେ ଘନେଇଛି ।

ଗତକାଲିଠାରୁ ସୀମାଙ୍କୁ ମାରାଥନ୍‌ ଜେରା ଚଳାଇଛି ଉତ୍ତରପ୍ରଦେଶର ଆଣ୍ଟି ଟେରରିଷ୍ଟ ସ୍କ୍ଵାଡ୍‌ । ତାଙ୍କ ପାଖରୁ ମିଳିଛି ୫ଟି ମୋବାଇଲ୍‌ ଫୋନ୍‌ । ପୁଳା ପୁଳା ସିମ୍‌କାର୍ଡ । ଜବତ ମୋବାଇଲ୍‌ ଫୋନକୁ ଫୋରେନସିକ ଲାବକୁ ପଠାଇଛି ଉତ୍ତରପ୍ରଦେଶ ଏଟିଏସ୍‌ । ପାକିସ୍ତାନରୁ ଦୁବାଇ ଓ ପରେ ନେପାଳ ଦେଇ ଭାରତରେ ପ୍ରବେଶ କରିଥିଲେ ସୀମା ।

ସେସବୁ ରୁଟ୍‌ର ବି ଯାଞ୍ଚ ଚାଲିଛି । ବୟଫ୍ରେଣ୍ଡ ସଚିନ ଓ ତାଙ୍କ ବାପାଙ୍କୁ ଜେରା କରିଛି ଏଟିଏସ୍‌ । ପ୍ରେମ ପାଇଁ ଭାରତ ଆସିଛନ୍ତି ନା ପାକିସ୍ତାନ ଗୁପ୍ତଚର ? ସଚିନ ସହ ସମ୍ପର୍କ କେବେଠାରୁ ଆରମ୍ଭ ହେଲା ? ଦୁହିଁଙ୍କ ମଧ୍ୟରେ ଫୋନରେ କ’ଣ କଥାବାର୍ତ୍ତା ହୋଇଛି ? ସୋସିଆଲ ମିଡିଆ ଆକାଉଣ୍ଟର ଖୋଳତାଡ ଚାଲିଛି । ସତ ଜାଣିବାକୁ ତନାଘନା ଚଳାଇଛି ଉତ୍ତରପ୍ରଦେଶର ଆଣ୍ଟି ଟେରୋରିଜିମ୍‌ ସ୍କ୍ଵାଡ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.