ସାକ୍ଷୀ କାଣ୍ଡ ଭଳି ଦିଲ୍ଲୀରେ ଆଉ ଏକ ହତ୍ୟା, ସ୍ପଷ୍ଟ ଦିବାଲୋକରେ ଯୁବକଙ୍କୁ ଛୁରୀ ଭୁସିଲେ ବାପପୁଅ; ସିସିଟିଭିରେ କଏଦ

ସାକ୍ଷୀ କାଣ୍ଡ ଭଳି ଦିଲ୍ଲୀରେ ଘଟିଛି ଆଉ ଏକ ହତ୍ୟାକାଣ୍ଡ। ଦିଲ୍ଲୀର ଜାଫରାବାଦ ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ରହିଛି। କିନ୍ତୁ ଏଥର ଯୁବତୀ ନୁହେଁ, ସଲମାନ ନାମକ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି।

ସାକ୍ଷୀ କାଣ୍ଡ ଭଳି ଦିଲ୍ଲୀରେ ଘଟିଛି ଆଉ ଏକ ହତ୍ୟାକାଣ୍ଡ। ଦିଲ୍ଲୀର ଜାଫରାବାଦ ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ରହିଛି। କିନ୍ତୁ ଏଥର ଯୁବତୀ ନୁହେଁ, ସଲମାନ ନାମକ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି। ମୃତ ଯୁବକଙ୍କ ବୟସ ୨୫ ବର୍ଷ।

ମିଳିଥିବା ସୂଚନା ମୁତାବକ, ଯୁବକ ଜଣକ ବାଇକ୍‌ରେ କେଉଁଆଡ଼େ ଯାଉଥିବା ବେଳେ ଜଣେ ବାପା ଓ ପୁଅ ହଠାତ୍‌ ତାଙ୍କୁ ଅଟକାଇ ଛୁରୀ ଭୁସି ହତ୍ୟା କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ଏହି ଘଟଣା ଜୁଲାଇ ୧୭ ଅପରାହ୍ନ ୫ଟ ୧୫ରେ ଘଟିଥିବା ଜଣାପଡ଼ିଛି। ହତ୍ୟାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଖବର ରହିଛି ଯେ ମୃତ ସଲମାନଙ୍କର ଜଣେ ଯୁବତୀଙ୍କ ସହିତ ବନ୍ଧୁତା ଥିଲା। ହେଲେ ଏହାକୁ ଯୁବତୀଙ୍କ ପରିବାର ଲୋକେ ବିରୋଧ କରୁଥିଲେ।

ସୋମବାର ସନ୍ଧ୍ୟାରେ ଯୁବତୀଙ୍କ ବାପା ମଞ୍ଜୁର ଓ ଭାଇ ମୋହସିନ୍ ସଲମାନଙ୍କୁ ଛୁରୀରେ ଆକ୍ରମଣ କରି ହତ୍ୟା କରିଥିଲେ। ଦୁଇ ଅଭିଯୁକ୍ତ ବାପା ଓ ପୁଅ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିବା ବେଳେ ପୋଲିସ ସେମାନଙ୍କୁ ଖୋଜୁଛି।