Below header

ବହୁପୁରାତନ ଶିବଲିଙ୍ଗ, ଯାହା ନିଜ ଆକୃତି ତଥା ନାମ କାରଣରୁ ହୋଇଥାଏ ଅନ୍ୟଠୁ ଅଲଗା

ଶିବଲିଙ୍ଗ ପଛରେ ବି ଲୁଚି ରହିଛି ବିଜ୍ଞାନ। ଦୁନିଆରେ ଅଛି ଅନେକ ପ୍ରକାରର ଶିବଲିଙ୍ଗ। ଏହାର ଆକୃତି ଏହାର ପ୍ରକୃତି ଏହାର ନାମ ସବୁଥାଏ ପରସ୍ପରଠୁ ଅଲଗା। କେମିତି କିପରି ଚାଲନ୍ତୁ ଆଜି ଜାଣିବା..

ଶିବଲିଙ୍ଗ ପଛରେ ବି ଲୁଚି ରହିଛି ବିଜ୍ଞାନ। ଦୁନିଆରେ ଅଛି ଅନେକ ପ୍ରକାରର ଶିବଲିଙ୍ଗ। ଏହାର ଆକୃତି ଏହାର ପ୍ରକୃତି ଏହାର ନାମ ସବୁଥାଏ ପରସ୍ପରଠୁ ଅଲଗା। କେମିତି କିପରି ଚାଲନ୍ତୁ ଆଜି ଜାଣିବା..

ଆମେ ସମସ୍ତେ ଭଗବାନ ଶିବଙ୍କ ପୂଜା କରିଥାଉ। ଶିବଲିଙ୍ଗ ଉପରେ ଜଳ ମଧ୍ୟ ଚଢ଼ାଉ। ଯେମିତି ପ୍ରଭୁ ଆମ ଇଚ୍ଛା ପୂର୍ଣ୍ଣ କରିବେ। କଣ ଆପଣ ଜାଣିଛନ୍ତି ଭଗବାନ ଶିବଙ୍କ ଏହି ପବିତ୍ର ପ୍ରତୀକର ମଧ୍ୟ ଗୋଟିଏ ବିଜ୍ଞାନ ଅଛି। ତେବେ ଏହା ବିଭିନ୍ନ ପ୍ରକାରର ତଥା ଆକୃତିର ହୋଇଥାଏ। ଯାହାର ନାମ ମଧ୍ୟ ଭିନ୍ନ ରହିଛି। କେବଳ ଏତିକି ନୁହେଁ ଶିବଲିଙ୍ଗର ଉପର ଭାଗରୁ ତଳ ଭାଗ ପର୍ଯ୍ୟନ୍ତ ସବୁ ଭାଗର ଅର୍ଥ ଅଲଗା ଅଲଗା ଥାଏ।

କଣ ଆପଣ କେବେ ଭାବିଛନ୍ତି ଯେଉଁ ଶିବଲିଙ୍ଗକୁ ଆମେ ପୂଜା କରୁଛେ। ପ୍ରକୃତରେ ତାହା ପଛରେ ଲୁଚି ରହିଛି ଏକ ବିଜ୍ଞାନ। ଶିବଲିଙ୍ଗର ରହିଛି ତିନୋଟି ଭାଗ। ପ୍ରଥମ ଭାଗ ଯାହାକି ପୂରା ତଳ ଭାଗ ଭୂମିରେ ରହିଥାଏ । ମଧ୍ୟ ଭାଗରେ ସବୁ ଦିଗରୁ ସମାନ ଆକାରର ହୋଇଥାଏ। ଶେଷରେ ଶୀର୍ଷ ଭାଗ ଯାହାକି ଅଣ୍ଡାକାର ହୋଇଥାଏ। ଯାହାର ପୂଜା ହୁଏ। ଯାହା ଉପରେ ବେଲପତ୍ର, ଫୁଲ , କ୍ଷୀର ଚନ୍ଦନ ଓ ଜଳ ଅର୍ପଣ ହୁଏ। ଏହି ଶିବଲିଙ୍ଗ ର ଉଚ୍ଚତା ସମ୍ପୂର୍ଣ୍ଣ ମଣ୍ଡଳ ବା ପରିଧି ର ଏକ ତୃତୀୟାଂଶ ହୋଇଥାଏ।

ଏହି ୩ ଟି ଭାଗରେ ବ୍ରହ୍ମା ତଳ ଭାଗରେ , ମଧ୍ୟ ଭାଗରେ ବିଷ୍ଣୁ, ଶୀର୍ଷରେ ଶିବଙ୍କ ଉପସ୍ଥିତି ଅଛି ବୋଲି ବିଶ୍ୱାସ ଅଛି। ଶୀର୍ଷ ଉପରେ ଜଳ ଅର୍ପଣ କରାଯାଏ। ଯାହା ତଳ ଭାଗରେ ହୋଇଥିବା ମାର୍ଗରେ ଅତିକ୍ରମ କରେ। ଶିବଙ୍କ ମଥାରେ ତିନୋଟି ରେଖା ମାତେ ତ୍ରିପୁଣ୍ଡ ଓ ଗୋଟିଏ ବିନ୍ଦୁ ଅଛି। ଏହା ସମାନ ଭାବରେ ଅଙ୍କା ଯାଇଥାଏ।
ସମସ୍ତ ଶିବ ମନ୍ଦିରରେ ଗର୍ଭଗୃହରେ ଗୋଲାକାର ଆଧାର ଭିତରେ ଅଣ୍ଡାକାର ଶିବଲିଙ୍ଗ ରହିଥାଏ। ପ୍ରାଚୀନ ଋଷି ମୁନି ଙ୍କ ଦ୍ୱାରା ବ୍ରହ୍ମାଣ୍ଡର ବୈଜ୍ଞାନିକ ରହସ୍ୟ କୁ ବୁଝି ଏହାର ସତ୍ୟତା ପ୍ରକଟ କରିବା ପାଇଁ ସ୍ପଷ୍ଟୀକରଣ କରାଯାଇଛି।

ଇତିହାସକୁ ଦେଖିଲେ ପ୍ରଥମେ ପ୍ରାଚୀନ ସହର ମେସୋପୋଟାମିଆ ଓ ବେବିଲୋନରେ ଶିବଲିଙ୍ଗ ର ପୂଜା ଆରମ୍ଭ କରାଯାଇଥିଲା । ଏହାପରେ ମହେନଜୋଦା ହରପ୍ପା ର ବିକଶିତ ସଂସ୍କୃତିରେ ମଧ୍ୟ ଶିବଲିଙ୍ଗ ର ପୂଜା କରାଯାଇଥିବାର ସୂଚନା ମିଳିଛି। ଏହାର ଅବଶେଷ ମଧ୍ୟ ଆପଣ ଦେଖିବାକୁ ପାଇବେ। ସଭ୍ୟତା ର ଆରମ୍ଭରେ ଲୋକଙ୍କ ଜୀବନ ପଶୁ ଓ ପ୍ରକୃତି ଉପରେ ନିର୍ଭର ଥିଲା। ଏହି କାରଣରୁ ପଶୁଙ୍କ ସଂରକ୍ଷକ ଦେବତା ଭାବେ ପଶୁପତି ନାଥ ଙ୍କ ପୂଜା କରାଯାଉଥିଲା। ସନ୍ଧୈବ ସଭ୍ୟତା ରେ ଏକ ପଥର ରେ ତିନି ମୁହଁ ଥିବା ଏକ ପୁରୁଷ ଦେଖାଯାଇଥିଲା। ଯାହାର ଆଖପାଖରେ ଅନେକ ପଶୁପକ୍ଷୀ ଥିବାର ଦେଖିବାକୁ ମିଳିଥିଲା। ଏହି କାରଣରୁ ଭଗବାନ ଶିବଙ୍କ ଉପସ୍ଥିତି ଓ ପୂଜା କୁ ମନାଯାଏ।

ତେବେ ସାଧାରଣ ଭାବେ ପ୍ରମୁଖ ରୂପେ ଶିବଲିଙ୍ଗ ଦୁଇ ପ୍ରକାରର ହୋଇଥାଏ। ପ୍ରଥମ ଆକାଶୀୟ ବା ଉଲକ୍‌ା ଶିବଲିଙ୍ଗ ଓ ପାରଦ ଶିବଲିଙ୍ଗ। ତେବେ ପୁରାଣ ଅନୁସାରେ ଏହା ପ୍ରମୁଖ ରୂପେ ୬ ପ୍ରକାରର ହୋଇଥାଏ।

-ଦେବ ଲିଙ୍ଗ: ଯାହାର ଦେବତା ତଥା ଅନ୍ୟ ପ୍ରାଣୀ ଦ୍ୱାରା ସ୍ଥାପିତ କରାଯାଇଛି। ଏହାକୁ ଦେବଲିଙ୍ଗ କୁହାଯାଇଛି।
-ଅସୁର ଲିଙ୍ଗ:ଅସୁରଙ୍କ ଦ୍ୱାରା ପୂଜା କରାଯାଉଥିବା ଲିଙ୍ଗ। ରାବଣ ଏକଦା ଶିବଲିଙ୍ଗ ସ୍ଥାପିତ କରିଥିଲା। ଯାହାକି ଅସୁର ଶିବ ଲିଙ୍ଗ।
ଅର୍ଶ ଲିଙ୍ଗ: ପ୍ରାଚୀନ କାଳରେ ଅଗସ୍ତ୍ୟ ମୁନି ଭଳି ସନ୍ଥଙ୍କ ଦ୍ୱାରା ସ୍ଥାପିତ ହୋଇଥିବା ଲିଙ୍ଗ।
ପୁରାଣ ଲିଙ୍ଗ:ପୈରାଣିକ କାଳର ବ୍ୟକ୍ତିଙ୍କ ଦ୍ୱାରା ସ୍ଥାପିତ ହୋଇଥିବା ଶିବଲିଙ୍ଗ।
ମନୁଷ୍ୟ ଲିଙ୍ଗ:ପ୍ରାଚୀନ କାଳ ତଥା ମଧ୍ୟକାଳରେ ଐତିହାସିକ ମହାପୁରୁଷ, ଧନୀ ତଥା ରାଜା ମହାରାଜାଙ୍କ ଦ୍ୱାରା ସ୍ଥାପିତ ହୋଇଥିବା ଲିଙ୍ଗ।

ସ୍ୱୟଂଭୁ ଲିଙ୍ଗ: ଯେଉଁ ଲିଙ୍ଗ ଆପେ ଆପେ ପ୍ରକଟ ହୋଇଛି। ଏହାକୁ ସ୍ୱୟଂଭୁ ଶିବଲିଙ୍ଗ କୁହାଯାଏ। ଭାରତରେଏହାର ମାତ୍ର ଖୁବ ଅଧିକ ରହିଛି। କଦାବୁଲ ମନ୍ଦିରରେ ୩୨୦ କିଲୋଗ୍ରାମ, ୩ ଫୁଟ ଉଚ୍ଚା ସ୍ୱୟଂଭୁ ସ୍ପଟିକ ଶିବଲିଙ୍ଗ ରହିଛି। ଏହା ସବୁଠୁ ବଡ଼ ସ୍ଫଟିକ ଶିବଲିଙ୍ଗ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.