ଆଜିଠୁ ଆରମ୍ଭ ମଳମାସ, ଜାଣନ୍ତୁ କିପରି କରିବେ ବିଷ୍ଣୁଙ୍କ ନିମିତ୍ତ ଖାସ ପୂଜା, ଖୁସି ହେଲେ ପୂର୍ଣ୍ଣ ହୋଇଯିବ ସବୁ ଇଚ୍ଛା

ଆଜିଠୁ ଆରମ୍ଭ ହେଉଛି ମଳମାସ । ଯାହାକି ଅଗଷ୍ଟ ୧୬ ଯାଏ ରହିବ । ମଳମାସରେ ଭଗବାନ ଶିବ ଓ ବିଷ୍ଣୁଙ୍କୁ ପୂଜା କରିବା ଶୁଭ ବୋଲି ବିଶ୍ୱାସ ରହିଛି । ମଳମାସକୁ ପୁରୁଷୋତ୍ତମ ମାସ ବୋଲି କୁହାଯାଏ । କୁହାଯାଏ ଅନ୍ୟମାସ ତୁଳନାରେ ମଳମାସରେ ମନସ୍କାମନା ଶୀଘ୍ର ଓ ଅଧିକ ପୂରଣ ହୋଇଥାଏ । ମଳମାସ ଯୋଗୁଁ ୧୯ ବର୍ଷ ପରେ ଯୋଡ଼ା ଶ୍ରାବଣ ପଡ଼ିଛି । ଯୋଡ଼ା ମାସ ଯୋଗୁଁ ଜୁଲାଇ ୧୮ରୁ ଅଗଷ୍ଟ ୧୬ ଯାଏ ମହାଦେବଙ୍କ ନିମିତ୍ତ ପୂଜା ପାଠ କରିପାରିବେ ।

ଆଜିଠୁ ଆରମ୍ଭ ହେଉଛି ମଳମାସ । ଯାହାକି ଅଗଷ୍ଟ ୧୬ ଯାଏ ରହିବ । ମଳମାସରେ ଭଗବାନ ଶିବ ଓ ବିଷ୍ଣୁଙ୍କୁ ପୂଜା କରିବା ଶୁଭ ବୋଲି ବିଶ୍ୱାସ ରହିଛି । ମଳମାସକୁ ପୁରୁଷୋତ୍ତମ ମାସ ବୋଲି କୁହାଯାଏ । କୁହାଯାଏ ଅନ୍ୟମାସ ତୁଳନାରେ ମଳମାସରେ ମନସ୍କାମନା ଶୀଘ୍ର ଓ ଅଧିକ ପୂରଣ ହୋଇଥାଏ । ମଳମାସ ଯୋଗୁଁ ୧୯ ବର୍ଷ ପରେ ଯୋଡ଼ା ଶ୍ରାବଣ ପଡ଼ିଛି । ଯୋଡ଼ା ମାସ ଯୋଗୁଁ ଜୁଲାଇ ୧୮ରୁ ଅଗଷ୍ଟ ୧୬ ଯାଏ ମହାଦେବଙ୍କ ନିମିତ୍ତ ପୂଜା ପାଠ କରିପାରିବେ ।

ମଳମାସ ପଛରେ ରହିଛି ଉଭୟ ପୈାରାଣିକ କଥା ଓ ଜ୍ୟୋତିଷ ଗଣନା। ଜ୍ୟୋତିଷ ଗଣନା ଅନୁସାରେ ସୌରମାସ ଓ ଚନ୍ଦ୍ରମାସ ଯୋଗୁଁ ପଡ଼ିଥାଏ ମଳମାସ। ସୈାର ମାସ ଅନୁସାରେ ସୂର୍ଯ୍ୟ ପ୍ରତ୍ୟେକ ମାସରେ ୨ ରୁ ୩ଟି ନ୍ୟକ୍ଷତ୍ର ପରିବର୍ତ୍ତନ କରିଥାନ୍ତି। ଅର୍ଥାତ ୧୨ ମାସରେ ୧୨ଟି ରାଶି ପରିବର୍ତ୍ତନ ହୋଇଥାଏ। ସୌରବର୍ଷର ଅବଧି କାଳ ୩୬୫ ଦିନ ୬ ଘଣ୍ଟା ୯୯ ସେକେଣ୍ଡ ହୋଇଥାଏ। ସେହିପରି ଚନ୍ଦ୍ରମାସ ୩୫୪ ଦିନ ୮ ଘଣ୍ଟା ହୋଇଥାଏ। ମାନେ ଚନ୍ଦ୍ରମାସ ସୌରମାସଠୁ ୧୧ ଦିନ କମ।

ମଳମାସ ପାଖାପାଖି ୩୨ ମାସ, ୧୬ ଦିନ ୬ ଘଣ୍ଟାରେ ପଡ଼ିଥାଏ। ମାନେ ୩ବର୍ଷକୁ ଥରେ ଏହା ପଡ଼ିଥାଏ। ପୌରାଣିକ କଥା ଅନୁସାରେ ହିରଣ୍ୟକଶ୍ୟପଙ୍କୁ ମାରିବା ପାଇଁ ଭଗବାନ ବିଷ୍ଣୁ ମଳମାସର ସୃଷ୍ଟି କରିଥିଲେ। ଚଳିତ ବର୍ଷ ଜୁଲାଇ ୧୮ ମାନେ ଆଜିଠୁ ଅଗଷ୍ଟ ୧୬ ଯାଏ ପଡ଼ୁଛି ମଳମାସ ବା ଖର ମାସ।

ଆପଣ ମଳମାସରେ ମନ୍ତ୍ର ପାଠ, ଦାନ ପୂର୍ଣ୍ଣ୍ୟ କରିବା ଦ୍ୱାରା ମିଳିଥାଏ ପୁଣ୍ୟ। ମଳମାସରେ ଗୃହପ୍ରବେଶ , ଭୂମିପୂଜନ, ବିବାହ, ମାଙ୍ଗଳିକ କାମ ବାରଣ କରାଯାଇଛି। ମଳମାସ ଯୋଗୁଁ ୧୯ ବର୍ଷ ପରେ ପଡ଼ିଛି ଯୋଡ଼ା ଶ୍ରାବଣ ମାସ। ଯୋଡ଼ା ମାସ ପାଇଁ ଜୁଲାଇ ୧୮ ରୁ ଅଗଷ୍ଟ ୧୬ ଯାଏ ମହାଦେବଙ୍କ ନିମିତ୍ତ ପୂଜା ପାଠ କରି ପୂଣ୍ୟ ଅର୍ଜନ କରିପାରିବେ।

ସବୁଠୁ ଜରୁରୀ କଥା ଯଦି କୈାଣସି ବ୍ୟକ୍ତିର ମୃତ୍ୟୁ ଏହି ମଳମାସରେ ହୋଇଯାଏ ତେବେ ସେମାନଙ୍କ ଶ୍ରାଦ୍ଧ କିପରି ପାଳନ ହେବ। କାରଣ ମଳମାସ ସବୁ ବର୍ଷ ପଡ଼ିନଥାଏ। ଏପରି ସ୍ଥିତିରେ ଯଦି ଜଣେ ମଳ ମାସ କୃଷ୍ଣ ପକ୍ଷରେ ମୃତ୍ୟୁବରଣ କରୁଛି ତେବେ ସେହି ମାସର କୃଷ୍ଣ ପକ୍ଷରେ ପାଳନ ହେବ। ଆଉ ଯଦି ଶୁକ୍ଳ ପକ୍ଷରେ ମୃତ୍ୟୁ ହୁଏ ତେବେ ସେହି ମାସ ଶୁକ୍ଳ ପକ୍ଷରେ ତାହା ପାଳନ ହେବ। ଏହି ଦିନ ଆପଣ ବିଷ୍ଣୁ ଙ୍କ ନିମିତ୍ତ ଖାସ ପୂଜା କରନ୍ତୁ । ବିଷ୍ଣୁ ଶୟନ କରିଥିବାରୁ ଏହି ସମୟରେ କିଛି ବିଶେଷ ପୂଜା ତାଙ୍କୁ ଶୀଘ୍ର ଖୁସି କରାଇପାରିବ ।

ଜାଣନ୍ତୁ ଏହି ମାସରେ କ’ଣ ନିୟମ ରହିଛି :

-ବୈବାହିକ କାର୍ଯ୍ୟ, ଗୃହ ପ୍ରବେଶ, ଭୂମି ପୂଜା, ମୁଣ୍ଡନ, ତିଳତର୍ପଣ କରିବା ଦ୍ୱାରା ଅଶୁଭ ଫଳ ମିଳିଥାଏ।

-ମଳମାସରେ ଶପ, ମଶିଣା, ଶେଯ ଆଦି ତ୍ୟାଗ କରି ଭୂମି ଉପରେ ଶୋଇବା ଉଚିତ। ଏହାଦ୍ୱାରା ସୂର୍ଯ୍ୟଦେବଙ୍କ କୃପା ରହିଥାଏ।

-ଏହି ମାସରେ ଥାଳି ଛାଡ଼ି ପତ୍ରରେ ଭୋଜନ କରିବା ଶୁଭ ହୋଇଥାଏ।

-ଏହି ଅବଧି ମଧ୍ୟରେ ଲୋକଙ୍କୁ ଲଢ଼େଇ, ଝଗଡ଼ାଠାରୁ ଦୂରେଇ ରହିବା ଉଚିତ। ମିଥ୍ୟା କହିବା ଅନୁଚିତ୍‌।

-ମଦ, ମାଂସ ସେବନ କରିବା ଉଚିତ୍‌ ନୁହେଁ।

-ମଳମାସରେ ଭଗବାନ ବିଷ୍ଣୁଙ୍କ ପୂଜା ଅତ୍ୟନ୍ତ ଲାଭକାରୀ ହୋଇଥାଏ। ଏହାଦ୍ୱାରା ମା’ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ।

-ତୁଳସୀ ପୂଜା କରିବା ଉଚିତ। ସନ୍ଧ୍ୟା ସମୟରେ ତୁଳସୀ ଗଛମୂଳେ ଘିଅ ଦୀପ ଜଳାନ୍ତୁ। ସମସ୍ୟା ଦୂରେଇ ଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.