ବର୍ଷ ବର୍ଷ ଧରି ବନ୍ଦ ରହିବ ଇଣ୍ଟରନେଟ! ଚେତବନୀ ଦେଇଛି ନାସା

ସୂର୍ଯ୍ୟରୁ ଆସୁଛି ଏକ ବଡ଼ ଝଡ଼, ଯାହା ପୃଥିବୀ ଆଡ଼କୁ ମୁହାଁଇଛି । ତେବେ ଏହି ସୌର ଝଡ଼ ଦ୍ୱାରା ଠପ ହୋଇପାରେ ଇଣ୍ଟରନେଟ ସେବା । ନାସାର ବୈଜ୍ଞାନିକମାନେ ଏଭଳି ଦାବି କରିଛନ୍ତି ।

ନାସାରୁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନି । ୨୦୨୫ ସୁଦ୍ଧା ଶେଷ ହୋଇପାରେ ଇଣ୍ଟରନେଟ ସେବା । ଏଭଳି କିଛି ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ସୂର୍ଯ୍ୟରୁ ଆସୁଛି ଏକ ବଡ଼ ଝଡ଼, ଯାହା ପୃଥିବୀ ଆଡ଼କୁ ମୁହାଁଇଛି । ତେବେ ଏହି ସୌର ଝଡ଼ ଦ୍ୱାରା ଠପ ହୋଇପାରେ ଇଣ୍ଟରନେଟ ସେବା । ନାସାର ବୈଜ୍ଞାନିକମାନେ ଏଭଳି ଦାବି କରିଛନ୍ତି । ହଁ ଆଜ୍ଞା ଏଭଳି କିଛି ଆଶ୍ଚର୍ଯ୍ୟ କଲା ଭଳି ଖବର ସାମ୍ନାକୁ ଆସିଛି । ସୂର୍ଯ୍ୟରୁ ଆସୁଥିବା ସୌର ଝଡ଼ ପୃଥିବୀର ସମସ୍ତ ଇଣ୍ଟରନେଟ ସେବାକୁ ବନ୍ଦ କରିପାରେ ଏବଂ ଏହା ସହିତ ବୈଦ୍ୟୁତିକ ସେବା ମଧ୍ୟ ଗୋଟିଏ ବର୍ଷ ପାଇଁ ବାଧାପ୍ରାପ୍ତ ହୋଇପାରେ । ଡିଜିଟାଲ ଦୁନିଆରେ ଏହାର ପ୍ରଭାବ କିପରି ହେବ ତାହା ଆମେ କଳ୍ପନା ମଧ୍ୟ କରିପାରିବା ନାହିଁ । ଏହା ଆମ ଅନଲାଇନ ଗତିବିଧିରେ ବହୁତ ପ୍ରଭାବ ପକାଇବ ।

ଆସନ୍ତା ୨୦୨୫ରେ ଏଭଳି କିଛି ସମସ୍ୟା ଦେଖାଯାଇପାରେ ବୋଲି ଆକଳନ କରାଯାଇଛି । ତେବେ ଆପଣ ଜାଣି ରଖିବା ଉଚିତ ଏହି ସୌର ଝଡ଼ ଆମ ଯୋଗାଯୋଗ ନେଟଓ୍ଵାର୍କ ପାଇଁ ବହୁତ ବିପଦପୂର୍ଣ୍ଣ । ସୂର୍ଯ୍ୟରୁ ଆସୁଥିବା ଶକ୍ତି ଏବଂ ଭୂ-ଚୁମ୍ବକୀୟ ଶକ୍ତି ଝଡ଼ ସୃଷ୍ଟି କରେ, ଯାହାର ପ୍ରଭାବ ପୃଥିବୀ ଉପରେ ପଡ଼ୁଥିବା ଦେଖିବାକୁ ମିଳିଥାଏ । ଏହି ପ୍ରକାର ଘଟଣା ଦ୍ୱାରା ଲୋକମାନଙ୍କୁ ମାସ ମାସ କିମ୍ବା ବର୍ଷ ବର୍ଷ ଧରି ଇଣ୍ଟରନେଟ ବ୍ୟବହାର ବନ୍ଦ କରିବାକୁ ପଡ଼ିପାରେ । ଏହା ଦ୍ୱାରା ବିଦ୍ୟୁତ ଲାଇନ ମଧ୍ୟ ଖରାପ ହୋଇପାରିବ । ସୌର ଝଡ଼ ନେଭିଗେସନ ଏବଂ ଯୋଗାଯୋଗକୁ ପ୍ରଭାବିତ କରିଥାଏ । ବୈଜ୍ଞାନିକମାନେ ଆଗାମୀ ସୌରଝଡ଼ରେ ହେବାକୁ ଥିବା ପ୍ରଭାବକୁ ନେଇ ଚେତାବନୀ ଦେଇଛନ୍ତି । ଯାହା ଦ୍ୱାରା ଇଣ୍ଟରନେଟ ସେବା ଶେଷ ହୋଇଯିବ । ଏହା ଆଗାମୀ ୧୦ ବର୍ଷ ମଧ୍ୟରେ ହେବ ବୋଲି ସୂଚନା ମିଳିଛି । ତେବେ ନାସା ଏଭଳି ସମସ୍ୟାକୁ ରୋକିବା ପାଇଁ ଏକ ସାଟେଲାଇଟ ଲଞ୍ଚ କରିଛି । ଆମେରିକା ସ୍ପେସ ଏଜେନ୍ସିର ପାର୍କର ସୋଲାର ପ୍ରୋଭ ସୌରଝଡ଼ ଦ୍ୱାରା ନେଭିଗେଟ କରି ଏକ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ କରିଛି ।

ସୂଚନାଥାଉ କି, ପୃଥବୀରେ ୧୮୫୯ ମସିହାରେ ଶେଷଥର ପାଇଁ ସୌରଝଡ଼ ଦେଖାଯାଇଥିଲା । ସେହି ସମୟରେ ବିଦ୍ୟୁତ ଏବଂ ଟେଲିଗ୍ରାଫର ବ୍ୟବହାର ଆରମ୍ଭ ହୋଇଥିଲା । ସୌର ଝଡ଼ ଟେଲିଗ୍ରାଫ ଲାଇନ ଏବଂ ଷ୍ଟେସନ ମାନଙ୍କରେ ନିଆଁ ଲଗାଇଥିଲା ଏବଂ ବିଦ୍ୟୁତ ଲାଇନରେ ବିଦ୍ୟୁତ ପ୍ରବାହିତ କରିଥିଲା । ସେତେବେଳେ ଲୋକମାନଙ୍କୁ ଦୁନିଆ ଶେଷ ହୋଇଯିବ ବୋଲି ଲାଗିଥିଲା । କିନ୍ତୁ ବର୍ତ୍ତମାନର ଟେକ୍ନୋଲୋଜି ଦ୍ୱାରା ୨-୩ ଦିନ ପୂର୍ବରୁ ହିଁ ଏହି ସମ୍ପର୍କିତ ଚେତାବନୀ ମିଳି ଯାଉଛି । ଏହି ସମୟ ମଧ୍ୟରେ ସାଟେଲାଇଟ, ଇଣ୍ଟରନେଟ ଇନଫ୍ରା ରୁ ଆରମ୍ଭ କରି ପାଓ୍ଵାର ଗ୍ରିଡ ପର୍ଯ୍ୟନ୍ତ ସୁରକ୍ଷିତ ରଖାଯାଇ ପାରିବ । ତେବେ ଆସୁଥିବା ସୌର ଝଡ଼ର ତୀବ୍ରତା ଅଧିକ ନାହିଁ । ଏଥିପାଇଁ ଏହାର ପ୍ରଭାବ ସୀମିତ ରହିବ ।

ତେବେ ଏହାରି ମଧ୍ୟରେ ନାସା ଏକ ନୂଆ ଅଭିଯାନ ଆରମ୍ଭ କରିଛି । ଏହି ଅଭିଯାନରେ ଜନସାଧାରଣ ସେମାନଙ୍କର ନାମ ମାଇକ୍ରୋଚିଫରେ ଲେଖିବାର ସୁଯୋଗ ପାଇଥାନ୍ତି । ଯାହା ଆଗାମୀ ବର୍ଷ ନାସାର ୟୁରୋପା କ୍ଲିପର ମହାକାଶ ଯାନରେ ଯାତ୍ରା କରିବ । ‘ୟୁରୋପା କ୍ଲିପର ମହାକାଶ ଯାନ’ ଆସନ୍ତା ଅକ୍ଟୋବର ୨୦୨୪ରେ ବୃହସ୍ପତି ଏବଂ ତାର ଚନ୍ଦ୍ର ୟୁରୋପା ର ଯାତ୍ରା ପାଇଁ ନିର୍ଦ୍ଧାରିତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.