Below header

ଶୁଣ୍ଢରେ ଉଠାଇ କଚାଡ଼ି ଦେଲା ହାତୀ, ମହିଳା ମୃତ

ହାତୀ ଆକ୍ରମଣରେ ମହିଳା ମୃତ। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁର ସୀମନଟୋଲରେ ହାତୀ ଆକ୍ରମଣରେ ମହିଳା ମୃତ । ମୃତ ମହିଳାଙ୍କ ନାଁ ସୁମନ ଗୁଡ଼ିଆ । ତାଙ୍କ ଘର ନୂଆଗାଁର ସୀମନଟୋଲି ଅଞ୍ଚଳରେ ।

ରାଉରକେଲା : ହାତୀ ଆକ୍ରମଣରେ ମହିଳା ମୃତ। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁର ସୀମନଟୋଲରେ ହାତୀ ଆକ୍ରମଣରେ ମହିଳା ମୃତ । ମୃତ ମହିଳାଙ୍କ ନାଁ ସୁମନ ଗୁଡ଼ିଆ । ତାଙ୍କ ଘର ନୂଆଗାଁର ସୀମନଟୋଲି ଅଞ୍ଚଳରେ । ଶୌଚ ପାଇଁ ଯାଇଥିବା ବେଳେ ସେ ହାତୀ ହାବୁଡ଼ରେ ପଡ଼ିଥିଲେ ।

ସୁମନଙ୍କୁ ହାତୀ ଶୁଣ୍ଢରେ ଉଠାଇ କଚାଡ଼ିବା ସହ ଘୋଷାଡ଼ି ନେଇ ମୃତଦେହ ଝାଡ଼ଖଣ୍ଡ ସୀମାନ୍ତରେ ପକାଇଛି । ବୀରମିତ୍ରପୁର ରେଞ୍ଜରେ ଦୁଇଟି ହାତୀ ଗୋଠ ଛଡ଼ା ହୋଇ ବୁଲୁଛନ୍ତି । ୧୮ ଟିକିଆ ହାତୀ ପଲ ଓ ଦୁଇଟି ହାତୀ ଅଲଗା ଅଲଗା ହୋଇ ଘୂରି ବୁଲୁଥିବାରୁ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.