ବେଙ୍ଗାଲୁରୁରେ ବିରୋଧୀ ଦଳ ନେତାଙ୍କ ବୈଠକ ଶେଷ; ବିରୋଧୀଙ୍କ ନୂଆ ମେଣ୍ଟ ନାଁ ‘INDIA’

ବେଙ୍ଗାଲୁରୁରେ ବିରୋଧୀ ଦଳ ନେତାଙ୍କ ବୈଠକ ଶେଷ ହୋଇଛି। ବିରୋଧୀଙ୍କ ନୂଆ ମେଣ୍ଟ ନାଁ 'INDIA' ରଖାଯାଇଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍‌ଗେ ଘୋଷଣା କରିଛନ୍ତି ଯେ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ବିରୋଧୀ ମେଣ୍ଟର ନାମ ‘INDIA’ ହେବ।

ବେଙ୍ଗାଲୁରୁରେ ବିରୋଧୀ ଦଳ ନେତାଙ୍କ ବୈଠକ ଶେଷ ହୋଇଛି। ବିରୋଧୀଙ୍କ ନୂଆ ମେଣ୍ଟ ନାଁ ‘INDIA’ ରଖାଯାଇଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍‌ଗେ ଘୋଷଣା କରିଛନ୍ତି ଯେ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ବିରୋଧୀ ମେଣ୍ଟର ନାମ ‘INDIA’ ହେବ, ଯାହାର ଅର୍ଥ ହେଉଛି, ‘ଇଣ୍ଡିଆନ ନ୍ୟାସନାଲ୍‌ ଡେଭେଲପ୍‌ମେଣ୍ଟାଲ୍‌ ଇନ୍‌କ୍ଲ୍ୟୁସିଭ୍‌ ଆଲିଆନ୍ସ’।

‘INDIA’ର ପରବର୍ତ୍ତୀ ବୈଠକ ମୁମ୍ବାଇରେ ହେବ। ନୂଆ ନାମ ଉପରେ ସମସ୍ତ ବିରୋଧୀ ଦଳଙ୍କ ସହମତି ରହିଛି। ଜେଡିୟୁ ନିଜର ଟ୍ଵିଟର ହ୍ୟାଣ୍ଡେଲ୍‌ରୁ ଟ୍ଵିଟ୍‌ କରିଛି କି, ବିରୋଧୀ ଏକତାର ନୂଆ ନାମ ‘INDIA’, ଯାହାର ଅର୍ଥ,

I – Indian

N- National

D- Developmental

I – Inclusive

A – Alliance

Leave A Reply

Your email address will not be published.