Below header

ନାରାୟଣ ମୁର୍ତ୍ତି ଏବଂ ସୁଧା ମୁର୍ତ୍ତି ତିରୁପତି ମନ୍ଦିରକୁ ଦାନ କଲେ ସୁନା ଶଙ୍ଖ ଏବଂ କଇଁଚ୍ଛ ମୂର୍ତ୍ତି, ଦାମ୍‌ ଦେଢ କୋଟିରୁ ଅଧିକ

ଇନଫୋସିସର ନାରାୟଣ ମୁର୍ତ୍ତି ଏବଂ ପତ୍ନୀ ସୁଧା ତିରୁମାଲା ତିରୁପତି ଦେବ ସଂସ୍ଥା ଟ୍ରଷ୍ଟର ଇଓ ଧର୍ମ ରେଡ୍ଡୀଙ୍କୁ ଶଙ୍ଖ ଏବଂ କଇଁଚ୍ଛ ମୂର୍ତ୍ତି ଦାନ କରିଛନ୍ତି । ଯାହାର ଆନୁମାନିକ ଦାମ୍‌ ଦେଢ କୋଟିରୁ ଅଧିକ ବୋଲି ଜଣାପଡିଛି ।

ଦେଶର ଜଣାଶୁଣା ଆଇଟି କମ୍ପାନୀ ଇନଫୋସିସର ପ୍ରତିଷ୍ଠାତା ନାରାୟଣ ମୁର୍ତ୍ତି ଏବଂ ତାଙ୍କ ପତ୍ନୀ ସୁଧା ମୁର୍ତ୍ତି ତିରୁମାଲା ତିରୁପତି ମନ୍ଦିର ଦର୍ଶନ କରିବାକୁ ଯାଇଛନ୍ତି । ଏଠାରେ ଉଭୟେ ସୁନାର ଶଙ୍ଖ ଏବଂ କଇଁଚ୍ଛ ମୂର୍ତ୍ତି ଦାନ କରିଛନ୍ତି । ଯାହାର ଓଜନ ପାଖାପାଖି ୨ କେଜି । ନାରାୟଣ ମୁର୍ତ୍ତି ଏବଂ ପତ୍ନୀ ସୁଧା ତିରୁମାଲା ତିରୁପତି ଦେବ ସଂସ୍ଥା ଟ୍ରଷ୍ଟର ଇଓ ଧର୍ମ ରେଡ୍ଡୀଙ୍କୁ ଶଙ୍ଖ ଏବଂ କଇଁଚ୍ଛ ମୂର୍ତ୍ତି ଦାନ କରିଛନ୍ତି । ଦୁହେଁ ଏହି ସମୟରେ ମନ୍ଦିରର ରଙ୍ଗନାୟକୁଲା ମଣ୍ଡପ ମଧ୍ୟ ଯାଇଥିଲେ ।

ଉଭୟେ ଦମ୍ପତି ଦାନ କରିଥିବା ଶଙ୍ଖ ଏବଂ କଇଁଚ୍ଛ ମୂର୍ତ୍ତି ବହୁତ ଖାସ୍‌ ରହିଛି । ଏହାକୁ ଖାସ୍‌ ଭାବେ ଡିଜାଇନ କରାଯାଇଛି । ଏହି ଦୁଇଟି ଯାକ ଜିନିଷର ବ୍ୟବହାର ସ୍ୱାମୀ ଅମ୍ମାବରଙ୍କ ଅଭିଷେକ ସମୟରେ କରାଯାଏ । ଦମ୍ପତିଙ୍କ ଏହି ଦାନକୁ ଭୁରି ଦାନ ମଧ୍ୟ କୁହାଯାଏ । ଏହି ଦୁଇଟି ଯାକ ଜିନିଷର ଦାମ ପାଖାପାଖି ୧.୫୦ କୋଟି ଟଙ୍କା ହେବ । ସୁଧା ମୁର୍ତ୍ତି ପୂର୍ବରୁ ତିରୁପତି ମନ୍ଦିର ଟ୍ରଷ୍ଟର ସଦସ୍ୟ ରହିଥିଲେ । ତେବେ ଦମ୍ପତିଙ୍କ ଏଭଳି ଦାନକୁ ନେଇ ଟ୍ଵିଟର ୟୁଜର୍ସ ଅନେକ ପ୍ରଶଂସା କରିଛନ୍ତି ।

ତିରୁମାଲା ତିରୁପତି ବାଲାଜୀ ମନ୍ଦିରକୁ ବହୁ ପ୍ରାଚୀନ କାଳରୁ ଅନେକ ଜିନିଷ ଦାନ କରାଯାଉଛି । ଏହି ମନ୍ଦିରକୁ ବଡ ବଡ ରାଜନେତାଙ୍କ ଠାରୁ ଆରମ୍ଭ କରି ଅଭିନେତା, ଉଦ୍ୟୋଗପତି ଦାନ କରନ୍ତି । ଏଠାରେ ଦାନ କରିବା ଦ୍ୱାରା ଭଗବାନ ଭେଙ୍କେଟଶ ସବୁ ସମସ୍ୟା ଦୂର କରନ୍ତି ବୋଲି ମାନ୍ୟତା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.