Below header

ଉତ୍ତର ଗାଜାରେ ୪ ଘଣ୍ଟା ଯୁଦ୍ଧ ବିରାମ ! ଲୋକଙ୍କୁ ସୁରକ୍ଷିତ ଭାବେ ଦକ୍ଷିଣକୁ ପଳାୟନ ପାଇଁ ସମୟ ଦେବ ଇସ୍ରାଏଲ

ଗାଜାରେ ପ୍ରତିଦିନ ୪ ଘଣ୍ଟା ଯୁଦ୍ଧ ବିରାମ କରିବ ଇସ୍ରାଏଲ । ଉତ୍ତର ଗାଜାର ଲୋକଙ୍କୁ ସୁରକ୍ଷିତ ଭାବେ ଦକ୍ଷିଣକୁ ପଳାୟନ ଓ ମାନବୀୟ ସହାୟତାକୁ ତ୍ବରାନ୍ବିତ କରିବାକୁ ଯୁଦ୍ଧ ବିରାମ କରିବ । ଆମେରିକାର ବୈଦେଶିକ ମନ୍ତ୍ରାଳୟ ଏହି ସୂଚନା ଦେଇଛି ।

ନୂଆଦିଲ୍ଲୀ : ଗାଜାରେ ପ୍ରତିଦିନ ୪ ଘଣ୍ଟା ଯୁଦ୍ଧ ବିରାମ କରିବ ଇସ୍ରାଏଲ । ଉତ୍ତର ଗାଜାର ଲୋକଙ୍କୁ ସୁରକ୍ଷିତ ଭାବେ ଦକ୍ଷିଣକୁ ପଳାୟନ ଓ ମାନବୀୟ ସହାୟତାକୁ ତ୍ବରାନ୍ବିତ କରିବାକୁ ଯୁଦ୍ଧ ବିରାମ କରିବ । ଆମେରିକାର ବୈଦେଶିକ ମନ୍ତ୍ରାଳୟ ଏହି ସୂଚନା ଦେଇଛି । ଗାଜାରେ ଘମାଘୋଟ ଯୁଦ୍ଧ । ଗାଜାକୁ ଘେରାବନ୍ଦୀ କରି ହମାସ ସୁଡ଼ଙ୍ଗରେ ପ୍ରଚଣ୍ଡ ଆକ୍ରମଣ କରୁଛି ଇସ୍ରାଏଲ ସେନା । ଇସ୍ରାଏଲ ଗ୍ରାଉଣ୍ଡ ଅପରେସନରେ ଏଯାଏ ହମାସର ୬୦ କମାଣ୍ଡର ନିହତ ହେଲେଣି । ସହରର ଦୁଇଟି ହସପିଟାଲ ନିକଟରେ ଜୋରଦାର ଗୁଳିଗୋଳା ମାଡ଼ ହୋଇଛି ।

ଯୁଦ୍ଧ ଭୟଙ୍କର ହେଉଥିବା ବେଳେ ଉତ୍ତର ଗାଜାର ହଜାର ହଜାର ନାଗରିକ ଦକ୍ଷିଣ ଗାଜାକୁ ପଳାଉଛନ୍ତି । ଉତ୍ତର ଗାଜା ନାଗରିକଙ୍କ ସୁରକ୍ଷିତ ପଳାୟନ ପାଇଁ ପ୍ରତିଦିନ ଇସ୍ରାଏଲ ୪ଘଣ୍ଟା ଯୁଦ୍ଧ ବିରାମ କରିବ ବୋଲି ଆମେରିକା କହିଛି । ଜୋ ବାଇଡେନ କହିଛନ୍ତି ଏହା ଏକ ସଠିକ ପଦକ୍ଷେପ ହେବ । ଏଭିତରେ ପଣବନ୍ଦୀଙ୍କ ଏକ ଭିଡିଓ ଜାରି କରିଛି ହମାସ । ଏଥିରେ ଜଣେ ବୟସ୍କା ମହିଳା ଓ ଅନ୍ୟ ଜଣେ ବାଳକକୁ ଦେଖିବାକୁ ମିଳିଛି । ହମାସ-ଇସ୍ରାଏଲ ଯୁଦ୍ଧରେ ଏଯାଏ ଗାଜାରେ ୧୦ହଜାର ୮ଶହ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ହମାସ ଆକ୍ରମଣରେ ଇସ୍ରାଏଲର ୧୪ଶହ ଜଣଙ୍କ ଜୀବନ ଯାଇଛି । ୨ଶହ ଲୋକଙ୍କୁ ପଣବନ୍ଦୀ କରି ରଖିଛି ହମାସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.