ଭିଜିଲାନ୍ସ ଜାଲରେ ଜିଆରଏସ, ଇନ୍ଦିରା ଆବାସ ଘର କରାଇଦେବାକୁ କହି ନେଉଥିଲେ ଲାଞ୍ଚ

ଭିଜିଲାନ୍ସ ଜାଲରେ ଜିଆରଏସ । ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ି ବନ୍ଧା ହେଲେ । ଯାଜପୁର ଜିଲ୍ଲା କୋରେଇ ବ୍ଲକ ଗୋଲେଇପୁର ପଞ୍ଚାୟତର ଜିଆରଏସ ଦିଲୀପ କୁମାର ଦୀକ୍ଷିତ ତେଲିଆ ଗ୍ରାମର ଜଣେ ବ୍ୟକ୍ତିଙ୍କଠାରୁ ଏହି ଲାଞ୍ଚ ନେଉଥିଲେ। ପ୍ରଧାନମନ୍ତ୍ରୀ ଆବାସରେ ଗୃହ ଯୋଗାଇବା ପାଇଁ ସେ ଲାଞ୍ଚ ମାଗୁଥିବା ନେଇ ପୂର୍ବରୁ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା ।

ଯାଜପୁର (କେନ୍ୟୁଜ): ଭିଜିଲାନ୍ସ ଜାଲରେ ଜିଆରଏସ । ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ି ବନ୍ଧା ହେଲେ । ଯାଜପୁର ଜିଲ୍ଲା କୋରେଇ ବ୍ଲକ ଗୋଲେଇପୁର ପଞ୍ଚାୟତର ଜିଆରଏସ ଦିଲୀପ କୁମାର ଦୀକ୍ଷିତ ତେଲିଆ ଗ୍ରାମର ଜଣେ ବ୍ୟକ୍ତିଙ୍କଠାରୁ ଏହି ଲାଞ୍ଚ ନେଉଥିଲେ। ପ୍ରଧାନମନ୍ତ୍ରୀ ଆବାସରେ ଗୃହ ଯୋଗାଇବା ପାଇଁ ସେ ଲାଞ୍ଚ ମାଗୁଥିବା ନେଇ ପୂର୍ବରୁ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା ।

ଗତକାଲି ଜିଆରଏସ ଦୀକ୍ଷିତ ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଦୁର୍ନୀତି ନିବାରଣ ବିଭାଗ ଅଧିକାରୀ ଧରିଥିଲେ । ତେବେ ଏହି ସମୁଦାୟ ଟଙ୍କା ତାଙ୍କ ଠାରୁ ସିଜ୍‌ କରାଯାଇଛି। ଏହା ସହ ଭିଜିଲାନ୍ସ ଟିମ୍‌ ଦିଲ୍ଲୀପ କୁମାର ଯାଜପୁର ସ୍ଥିତ ଘରେ ମଧ୍ୟ ଚଢ଼ଉ ଜାରି ରଖିଛି। ଏହି ପ୍ରସଙ୍ଗରେ ଏକ ମାମଲା ରୁଜୁ ହୋଇ ଆଗାମୀ ତଦନ୍ତ ଜାରି ରହିଛି।

ନିର୍ଦ୍ଧାରିତ ସମୟରେ ଇନ୍ଦିରା ଆବାସ ଘର ଅଧୀନରେ ଏକ ଗୃହ ନିର୍ମାଣ ପାଇଁ ବୋନସ ଟଙ୍କା ସୁପାରିଶ ଏବଂ ଘରର ଫଟୋ ପୋଷ୍ଟ କରିବା ପାଇଁ ଉକ୍ତ ଜିଆରଏସ୍ ଅଭିଯୋଗକାରୀଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଭିଜିଲାନ୍ସ ଅଫିସରେ ଅଭିଯୋଗ କରିବା ପରେ ଚଢାଉ କରିଥିଲା। ଚଢାଉ ବେଳେ ଏହି ସମୁଦାୟ ଟଙ୍କା ତାଙ୍କ ଠାରୁ ସିଜ୍‌ କରାଯାଇଛି।

 

 

You might also like