Below header

ଉତ୍ତର ଗାଜାରେ ଇସ୍ରାଏଲ ସେନାର ଆକ୍ରମଣ, ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ଉତ୍ତର ଗାଜାରେ ଇସ୍ରାଏଲ ସେନାର ପ୍ରଚଣ୍ଡ ଆକ୍ରମଣ । ଜାବାଲିଆ ଅଞ୍ଚଳରେ ଜେଟ୍ ରୁ ଘନ ଘନ ଆକ୍ରମଣ । ଏଥିରେ ହମାସର ଭୂତଳ ଭିତ୍ତିଭୂମି ଛାରଖାର । ହମାସର ଅନେକ ବରିଷ୍ଠ କମାଣ୍ଡରର ମୃତ୍ୟୁ ହୋଇଥିବା ଇସ୍ରାଏଲୀ ସେନା କହିଛି । ଆକ୍ରମଣରେ ବିଭିନ୍ନ କୋଠା କ୍ଷତିଗ୍ରସ୍ତ ହୋଇଛି । ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ହମାସ ପରିଚାଳିତ ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି ।

ନୂଆଦିଲ୍ଲୀ : ଉତ୍ତର ଗାଜାରେ ଇସ୍ରାଏଲ ସେନାର ପ୍ରଚଣ୍ଡ ଆକ୍ରମଣ । ଜାବାଲିଆ ଅଞ୍ଚଳରେ ଜେଟ୍ ରୁ ଘନ ଘନ ଆକ୍ରମଣ । ଏଥିରେ ହମାସର ଭୂତଳ ଭିତ୍ତିଭୂମି ଛାରଖାର । ହମାସର ଅନେକ ବରିଷ୍ଠ କମାଣ୍ଡରର ମୃତ୍ୟୁ ହୋଇଥିବା ଇସ୍ରାଏଲୀ ସେନା କହିଛି । ଆକ୍ରମଣରେ ବିଭିନ୍ନ କୋଠା କ୍ଷତିଗ୍ରସ୍ତ ହୋଇଛି । ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ହମାସ ପରିଚାଳିତ ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି । ପୂର୍ବରୁ ଉତ୍ତର ଗାଜାର ଜାବାଲିଆ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ପଳାଇଯିବା ପାଇଁ ଇସ୍ରାଏଲ ଚେତାବନୀ ଦେଇଥିଲା ।

ଗାଜାର ପ୍ରମୁଖ ରାସ୍ତାରେ ଇସ୍ରାଏଲୀ ଟ୍ୟାଙ୍କରୁ ଗୁଳିଗୋଳା ମାଡ଼ ହେଉଛି। ରେଡ ସି ନିକଟରେ ଆକାଶ ମାର୍ଗରୁ ଏକ ଆକ୍ରମଣକୁ ପଣ୍ଡ କରିଥିବା ଇସ୍ରାଏଳ କହିଛି । ଏଯାଏ ଯୁଦ୍ଧରେ ହମାସର ୮ହଜାର ୫ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ହମାସ ଆକ୍ରମଣରେ ଇସ୍ରାଏଲର ୧୪ଶହ ଲୋକଙ୍କ ମୃତ୍ୟୁ ଘଟିଛି । ୨୩୯ ଜଣଙ୍କୁ ପଣବନ୍ଦୀ କରି ରଖିଛି ହମାସ । ଗାଜାରେ ଯୁଦ୍ଧ ବିରାମ ହେବ ନାହିଁ । ବିଜୟ ଯୁଦ୍ଧ ଚାଲିବ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.