ଆଜି କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଶିଳାନ୍ୟାସର କରିବେ ଉଦଘାଟନ

ମାଲକାନଗିରି ପରେ କଳାହାଣ୍ଡି । ଆଜି କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲ୍ଲା ପ୍ରତିଷ୍ଠା ଦିବସରେ କଳାହାଣ୍ଡି ବାସୀଙ୍କୁ ବସ ଟର୍ମିନାଲ ଓ ମେଡିକାଲ କଲେଜ ଉପହାର । ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ କରିବେ। ସହିଦ ରେଣ୍ଡୋ ମାଝି ମେଡିକାଲ କଲେଜର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର (କେନ୍ୟୁଜ): ମାଲକାନଗିରି ପରେ କଳାହାଣ୍ଡି । ଆଜି କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲ୍ଲା ପ୍ରତିଷ୍ଠା ଦିବସରେ କଳାହାଣ୍ଡି ବାସୀଙ୍କୁ ବସ ଟର୍ମିନାଲ ଓ ମେଡିକାଲ କଲେଜ ଉପହାର । ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ କରିବେ। ସହିଦ ରେଣ୍ଡୋ ମାଝି ମେଡିକାଲ କଲେଜର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । କଳାହାଣ୍ଡି ବିକାଶ କ୍ଷେତ୍ରରେ ଯୋଡ଼ି ହେବ ଆଉ ଏକ ନୂଆ ଫର୍ଦ୍ଦ । ଆଜି ଦିନ ୧୦ଟା ୫ରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବାହାରିବେ । ୧୦ଟା ୧୫ରେ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଯାତ୍ରା କରି ଦିନ ୧୧ଟାରେ କଳାହାଣ୍ଡି ଉତକେଲା ଏୟାରପୋର୍ଟରେ ପହଞ୍ଚିବେ ।

ସେଠାରୁ ହେଲିକପ୍ଟରରେ ଯାଇ ପୂର୍ବାହ୍ ଣ ୧୧ଟା୩୦ରେ ଭବାନୀପାଟଣା ମେଡିକାଲ କଲେଜ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ । ୧୧ଟା ୩୫ରେ ଶହେ ସିଟ ବିଶିଷ୍ଟ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଦିନ ୧୧ଟା ୫୫ମିନିଟରେ କଳାହାଣ୍ଡି ବିଶ୍ବବିଦ୍ୟାଳୟ ଗ୍ରାଉଣ୍ଡରେ ଲକ୍ଷ୍ମୀ ବସ ସେବାର ଶୁଭାରମ୍ଭ କରିବେ । ଏଥିସହ ୧୨ଶହ କୋଟି ଟଙ୍କାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିବା ସହ ଜନସମାବେଶରେ ଉଦବୋଧନ ଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.