Below header

ଚନ୍ଦ୍ର ପରେ ଏବେ ସୂର୍ଯ୍ୟ ମିଶନ, ସୂର୍ଯ୍ୟ ଅଭିମୁଖେ ପ୍ରଥମ ସାଟେଲାଇଟ୍ ପଠାଇବ ଇସ୍ରୋ

ଚନ୍ଦ୍ର ପରେ ଏବେ ସୂର୍ଯ୍ୟ ମିଶନ । ସାଟେଲାଇଟ୍ ପଠାଇବ ଇସ୍ରୋ । ଲଞ୍ଚ କରିବ ଆଦିତ୍ୟ L1 । ଚଳିତ ମାସ ଶେଷ ଆଡକୁ ସୂର୍ଯ୍ୟ ଅଭିମୁଖେ ପ୍ରଥମ ସାଟେଲାଇଟ୍ ପଠାଇବ । ସୂର୍ଯ୍ୟଙ୍କ ଉପରେ ଅଧିକ ଗବେଷଣା ସହ ତଥ୍ୟ ମିଳିପାରିବ । 

ଚନ୍ଦ୍ର ପରେ ଏବେ ସୂର୍ଯ୍ୟ ମିଶନ । ସାଟେଲାଇଟ୍ ପଠାଇବ ଇସ୍ରୋ । ଲଞ୍ଚ କରିବ ଆଦିତ୍ୟ L1 । ଚଳିତ ମାସ ଶେଷ ଆଡକୁ ସୂର୍ଯ୍ୟ ଅଭିମୁଖେ ପ୍ରଥମ ସାଟେଲାଇଟ୍ ପଠାଇବ । ସୂର୍ଯ୍ୟଙ୍କ ଉପରେ ଅଧିକ ଗବେଷଣା ସହ ତଥ୍ୟ ମିଳିପାରିବ ।

ସୋଲାର୍ ମିଶନ ପାଇଁ ସଜବାଜ ହେଉଛି ଇସ୍ରୋ । ସୂର୍ଯ୍ୟ ଉପରେ ଅଧିକ ଗବେଷଣା କରିବ । ଏଥିପାଇଁ ପ୍ରସ୍ତୁତି ଚାଲିଛି । ଚଳିତ ମାସ ଶେଷ ସପ୍ତାହରେ ଇସ୍ରୋ ପଠାଇବ ସାଟେଲାଇଟ୍ । ସୋଲାର୍ ମିଶନରେ ଯିବ ଆଦିତ୍ୟ L1 । ଏହାର ଫଟୋ ସେୟାର କରିଛି ଇସ୍ରୋ । ଆଦିତ୍ୟ L1 ହେଉଛି ଭାରତର ପ୍ରଥମ ସାଟେଲାଇଟ୍ ଯାହା ସୂର୍ଯ୍ୟଙ୍କ ଉପରେ ଅଧ୍ୟୟନ କରିବ । ଚଳିତ ମାସ ଶେଷ ସପ୍ତାହରେ ଏହାକୁ PSLV-XL ରକେଟ ଦ୍ବାରା ଲଞ୍ଚ କରାଯିବ ।

ବେଙ୍ଗାଳୁରୁ ସ୍ଥିତ ୟୁଆର ରାଓ ସାଟେଲାଇଟ୍ ସେଣ୍ଟରରେ ଆଦିତ୍ୟ L1କୁ ବିକଶିତ କରାଯାଇଛି । ସେଠାରୁ ଅଣାଯାଇଛି ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ SDSC-SHAR ସେସ୍ପପୋର୍ଟ । ମିଶନ ସୂର୍ଯ୍ୟ ପାଇଁ ଆଦିତ୍ୟ L1 ପରିକଳ୍ପନା ୨୦୦୮ରେ କରାଯାଇଥିଲା । ଜର୍ମାନୀ ୨୨ଟି ସୋଲାର ମିଶନ ପ୍ରେରଣ କରିଛି । ନାସା ପ୍ରଥମ ସୋଲାର ମିଶନ ପାୟୋନିୟର-୫କୁ ୧୯୬୦ରେ ପଠାଇଥିଲା । ୧୯୯୪ରେ ପ୍ରଥମ ସୋଲାର ମିଶନ ନାସା ସହିତ ମିଶି ପ୍ରେରଣ କରିଥିଲା ୟୁରୋପିଆନ୍ ସ୍ପେସ୍ ଏଜେନ୍ସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.