ମଙ୍ଗଳବାର ମଧ୍ୟରାତ୍ରରୁ କୋଭିଡ ପ୍ରୋଟୋକଲ ହଟାଇବେ ନ୍ୟୁଜିଲ୍ୟାଣ୍ଡ ସରକାର, ୩ ବର୍ଷ ଧରି ଲାଗିଥିଲା ନିୟମ

କୋଭିଡ ପ୍ରୋଟୋକଲ ହଟାଇ ନ୍ୟୁଜିଲ୍ୟାଣ୍ଡ ସରକାର । ମଙ୍ଗଳବାର ମଧ୍ୟରାତ୍ରରୁ କୋଭିଡ ପ୍ରୋଟୋକଲକୁ ହଟାଇଦେବେ । ୩ ବର୍ଷରୁ ଅଧିକ ସମୟ ଧରି ନିୟମ ଲାଗୁ କରାଯାଇଥିଲା ।

କୋଭିଡ ପ୍ରୋଟୋକଲ ହଟାଇଲେ ନ୍ୟୁଜିଲ୍ୟାଣ୍ଡ ସରକାର । ମଙ୍ଗଳବାର ମଧ୍ୟରାତ୍ରରୁ କୋଭିଡ ପ୍ରୋଟୋକଲକୁ ହଟାଇଦେବେ । ୩ ବର୍ଷରୁ ଅଧିକ ସମୟ ଧରି ନିୟମ ଲାଗୁ କରାଯାଇଥିଲା । ଲୋକଂକୁ ମାସ୍କ ପିନ୍ଧିବା ଏବଂ ଭାଇରସ ସଂକ୍ରମିତ ହେବା ପରେ ୭ ଦିନ ପର୍ଯ୍ୟନ୍ତ ଆଇସୋଲେସନରେ ରହିବାକୁ ପଡ଼ିବ ନାହିଁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଆୟେଶା ଭେରାଲ କହିଛନ୍ତି ।

ଭେରାଲ କହିଛନ୍ତି ଯେ, ଗତ ବର୍ଷ ତୁଳନାରେ ଆମେ ବର୍ତ୍ତମାନ କମ ସଂକ୍ରମଣ ଦେଖୁଛୁ । ଏହି କାରଣରୁ କ୍ୟାବିନେଟ ଏବଂ ମୋତେ ପରାମର୍ଶ ଦିଆଯାଇଛି ଯେ ଆମେ କୋଭିଡ ପ୍ରୋଟୋକଲ ଶେଷ କରିପାରିବା । ଟିକାକରଣକୁ ଦୃଷ୍ଟିରେ ରଖି ଗତବର୍ଷ ଅଧିକାଂଶ କୋଭିଡ ପ୍ରତିବନ୍ଧକ ହଟାଯାଇଥିଲା । ସଂକ୍ରମଣ ଏବଂ ମୃତ୍ୟୁକୁ ରୋକିବାରେ ନ୍ୟୁଜିଲ୍ୟାଣ୍ଡ ସରକାର କିଛି ପରିମାଣରେ ସଫଳ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.