Below header

ସୂର୍ଯ୍ୟ ମିଶନ ପାଇଁ ଇସ୍ରୋର ସଜବାଜ, ଗଗନୟାନ-୨ରେ ମହାକାଶକୁ ଯିବ ମହିଳା ରୋବୋଟ

ସେପ୍ଟେମ୍ବର ୨ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଲଞ୍ଚ ପ୍ୟାଡରୁ ଉତକ୍ଷେପଣ ହୋଇପାରେ ଆଦିତ୍ୟ L1। ପୃଥିବୀରୁ ସୂର୍ଯ୍ୟର ସବୁଠାରୁ ବାହାର ଅଂଶର ଦୂରତା ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂର। ସୂର୍ଯ୍ୟ ଓ ପୃଥିବୀ ସିଷ୍ଟମର ଲାଗରେଞ୍ଜ ପଏଣ୍ଟ ୧ରେଅବସ୍ଥାପିତ ହେବ ଆଦିତ୍ୟ L1।

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ମିଶନ ଚନ୍ଦ୍ରଯାନ-୩ ପରେ ଏବେ ମିଶନ ସୋଲାର। ସୂର୍ଯ୍ୟଙ୍କ ବାହାର ଭାଗର ଅଧ୍ୟୟନ ପାଇଁ ଇସ୍ରୋର ପ୍ରସ୍ତୁତି। ଦେଶର ପ୍ରଥମ ସୋଲାର ମିଶନ ଆଦିତ୍ୟ L1 ପାଇଁ ପ୍ରସ୍ତୁତି ଚଳାଇଛି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ । ସେପ୍ଟେମ୍ବର ୨ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଲଞ୍ଚ ପ୍ୟାଡରୁ ଉତକ୍ଷେପଣ ହୋଇପାରେ ଆଦିତ୍ୟ L1। ପୃଥିବୀରୁ ସୂର୍ଯ୍ୟର ସବୁଠାରୁ ବାହାର ଅଂଶର ଦୂରତା ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂର। ସୂର୍ଯ୍ୟ ଓ ପୃଥିବୀ ସିଷ୍ଟମର ଲାଗରେଞ୍ଜ ପଏଣ୍ଟ ୧ରେଅବସ୍ଥାପିତ ହେବ ଆଦିତ୍ୟ L1। L1ର ଚତୁପାର୍ଶ୍ବ ଓ କକ୍ଷପଥରେ ସୂର୍ଯ୍ୟଙ୍କ ସଂପର୍କରେ ଅଧ୍ୟୟନ କରିବା ଆଦିତ୍ୟ L1ର ଲକ୍ଷ୍ୟ ରହିଛି। ଏହି ମିସନରେ କୋରୋନାଲ ହିଟିଂ, କୋରୋନାଲ ମାସ ଇଜେକ୍ସନ, ପ୍ରିଫ୍ଲେୟାର ଏବଂ ଫ୍ଲେୟାର ଆକ୍ଟିଭିଟିଜ୍ ଆଦି ସଂପର୍କରେ ସୂଚନା ହାସଲ କରିବାକୁ ଲକ୍ଷ୍ୟ ରଖିଛି ଇସ୍ରୋ। ଆଦିତ୍ୟ L1ରେ ୭ଟି ପେଲୋଡ ରହିବ।

ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ର ସଫ୍ଟ ଲ୍ୟାଣ୍ଡିଂ କରି ଇତିହାସ ରଚିଛି ଇସ୍ରୋ। ଏହି ସଫଳତା ପରେ ସବୁଠାରୁ ଅଧିକ ଖୁସି ବ୍ୟକ୍ତ କରିଛନ୍ତି ଚନ୍ଦ୍ରଯାନ-୩ରେ ସାମିଲ ଇସ୍ରୋ ବୈଜ୍ଞାନିକ। ଲ୍ୟାଣ୍ଡର ବିକ୍ରମରୁ ବାହାରି ଚନ୍ଦ୍ରପୃଷ୍ଠରେ ରୋଭର ପ୍ରଜ୍ଞାନ ପାଦ ଥାପିବାର ମୁହୂର୍ତ୍ତ ଜୀବନର ସବୁଠାରୁ ସୁଖଦ କ୍ଷଣ ବୋଲି କହିଛନ୍ତି ପ୍ରଜ୍ଞାନ ଟିମର ବୈଜ୍ଞାନିକ ରୀମା ଘୋଷ। ପ୍ରଜ୍ଞାନ ପାଦ ଥାପିବା ତାଙ୍କ ପୁଅ ପ୍ରଥମ ଥର ଚାଲିବା ଭଳି ମନେ ହୋଇଥିଲା । ଏହା ସେମାନଙ୍କ ପାଇଁ ନୂଆ ଅଭିଜ୍ଞତା ଆଣିଦେଇଛି। ଟିମର ସମସ୍ତ ସଦସ୍ୟଙ୍କ ନିଷ୍ଠା, ଏକାଗ୍ରତା ଓ ପରିଶ୍ରମ ଆଜି ସଫଳ ହୋଇଛି ବୋଲି କହିଛନ୍ତି ରୀମା ଘୋଷ।

ବିଶ୍ବର ପ୍ରଥମ ରାଷ୍ଟ୍ର ଭାବେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନକୁ ସଫଳ ଲ୍ୟାଣ୍ଡିଂ କରାଇବାରେ ସକ୍ଷମ ହୋଇଛି ଭାରତ। ଏବେ ସୂର୍ଯ୍ୟଙ୍କ ଉପରେ ଗବେଷଣା ଲକ୍ଷ୍ୟ ରହିଛି। ଆଗକୁ ରହିଛି ଗଗନାୟନ ମିଶନ। ଅକ୍ଟୋବର ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ହୋଇପାରେ ଏହି ମିସନ। ଏହି ମିସନରେ ମହାକାଶଚାରୀଙ୍କୁ ଫେରାଇ ଆଣିବା ଚ୍ୟାଲେଞ୍ଜ ରହିବ। ଦ୍ବିତୀୟ ମିସନ ରେ ମହିଳା ରୋବୋଟ ବ୍ୟୋମୋମିତ୍ରକୁ ମହାକାଶକୁ ପଠାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.