ପୁଣି ବେଆଇନ କପ୍ ସିରପ: ୩ଜଣଙ୍କୁ ଗିରଫ କଲା ବରଗଡ଼ ଥାନା ପୋଲିସ
ବେଆଇନ କପ୍ ସିରପ କାରବାର ଅଭିଯୋଗରେ ପୁଣି ୩ଜଣଙ୍କୁ ଗିରଫ କରିଛି ବରଗଡ଼ ଟାଉନ ଥାନା ପୋଲିସ। ଗତ ୨୨ ତାରିଖରେ ଟାଉନ ଥାନା କପ୍ ସିରପ କାରବାର ଅଭିଯୋଗରେ ପ୍ରାୟ ୬୦ ଜଣଙ୍କୁ ଗିରଫ କରିଥିଲା।

ବରଗଡ଼(କେନ୍ୟୁଜ୍): ବିପୁଳ କପ୍ ସିରପ ସହ ୩ ଗିରଫ। ବେଆଇନ କପ୍ ସିରପ କାରବାର ଅଭିଯୋଗରେ ପୁଣି ୩ଜଣଙ୍କୁ ଗିରଫ କରିଛି ବରଗଡ଼ ଟାଉନ ଥାନା ପୋଲିସ। ଗତ ୨୨ ତାରିଖରେ ଟାଉନ ଥାନା କପ୍ ସିରପ କାରବାର ଅଭିଯୋଗରେ ପ୍ରାୟ ୬୦ ଜଣଙ୍କୁ ଗିରଫ କରିଥିଲା।
ସେହି ମାମଲାରେ ଆଉ ୩ଜଣଙ୍କୁ ଗିରଫ କରାଯାଇଥିବା ବରଗଡ଼ ଏସପି ପ୍ରହଲ୍ଲାଦ ସହାୟ ମୀନା କହିଛନ୍ତି। ସେମାନଙ୍କ ଠାରୁ ୮ହଜାର ୩୮୦ ବୋତଲ କପ ସିରପ ସହ ୨ଟି ଚାରିଚକିଆ ଗାଡି ଜବତ ହୋଇଛି। ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ଟାଉନ ଥାନା ପୋଲିସ।