Below header

ଇସ୍ରୋକୁ ମିଳିଲା ଆଉ ଏକ ସଫଳତା: ଚତୁର୍ଥ କକ୍ଷପଥରେ ପ୍ରବେଶ କଲା ଆଦିତ୍ୟ L1

ସଫଳତାର ସହ ଆଜି ତୃତୀୟ ଆର୍ଥ ବାଉଣ୍ଡ ମାନ୍ୟୁଭର ବା ତୃତୀୟ କକ୍ଷପଥ ପରିବର୍ତ୍ତନ କରିଛି । ଚତୁର୍ଥ କକ୍ଷପଥରେ ପ୍ରବେଶ କରିଛି ସ୍ପେସକ୍ରାଫ୍ଟ । ଏବେ ଅର୍ବିଟ ବଦଳାଇବା ପରେ ୨୯୬ କିମି ଗୁଣନ ୭୧ହଜାର ୭୬୭ କିମି କକ୍ଷପଥରେ ପୃଥିବୀକୁ ପ୍ରଦକ୍ଷିଣ କରୁଛି ଆଦିତ୍ୟ L1 ।

ନୂଆଦିଲ୍ଲୀ : ସନ୍ ମିଶରେ ଆଗକୁ ବଢ଼ୁଛି ଇସ୍ରୋର ମହାକାଶଯାନ ଆଦିତ୍ୟ L1 । ସଫଳତାର ସହ ଆଜି ତୃତୀୟ ଆର୍ଥ ବାଉଣ୍ଡ ମାନ୍ୟୁଭର ବା ତୃତୀୟ କକ୍ଷପଥ ପରିବର୍ତ୍ତନ କରିଛି । ଚତୁର୍ଥ କକ୍ଷପଥରେ ପ୍ରବେଶ କରିଛି ସ୍ପେସକ୍ରାଫ୍ଟ । ଏବେ ଅର୍ବିଟ ବଦଳାଇବା ପରେ ୨୯୬ କିମି ଗୁଣନ ୭୧ହଜାର ୭୬୭ କିମି କକ୍ଷପଥରେ ପୃଥିବୀକୁ ପ୍ରଦକ୍ଷିଣ କରୁଛି ଆଦିତ୍ୟ L1 । ବେଙ୍ଗାଲୁରୁର ଟେଲିମେଟ୍ରି, ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱର୍କ ବା ISTRAC ସେଣ୍ଟରରୁ ଥାର୍ଡ ମାନ୍ୟୁଭର ଅପରେସନ କରିଥିଲା ଇସ୍ରୋ।

ଆଜି ମାନ୍ୟୁଭର ବେଳେ ମରିସସ, ବେଙ୍ଗାଲୁରୁ ଓ ପୋର୍ଟ ବ୍ଲେୟାର ସ୍ଥିତ ଇସ୍ରୋର ଗ୍ରାଉଣ୍ଡ ଷ୍ଟେସନରୁ ସାଟେଲାଇଟକୁ ଟ୍ରାକ କରାଯାଇଥିଲା। ସୂର୍ଯ୍ୟ-ପୃଥିବୀ ବ୍ୟବସ୍ଥାର ଲାଗ୍ରଞ୍ଜ ପଏଣ୍ଟ ୱାନ ଅଭିମୁଖେ ଯାତ୍ରା ଜାରି ରଖିଛି ଭାରତର ପ୍ରଥମ ସୋଲାର ସ୍ପେସକ୍ରାଫ୍ଟ। ମୋଟ ୫ଥର କକ୍ଷକପଥ ବଦଳାଇବା ପରେ ସୂର୍ଯ୍ୟ ଅଭିମୁଖେ ଯାତ୍ରା କରିବ ଆଦିତ୍ୟ ଏଲ-୧। ୧୨୫ ଦିନରେ ୧୫ ଲକ୍ଷ କିଲୋମିଟର ଯାତ୍ରା କରି ଲାଗ୍ରାଞ୍ଜ ପଏଣ୍ଟ ୱାନରେ ପହଞ୍ଚିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.