Below header

୫୦/୫୦ ଆସନ ବାଣ୍ଟିବା ଫର୍ମୁଲାରେ ବିହାର ନିର୍ବାଚନ ପାଇଁ ବିଜେପି-ଜେଡିୟୁ ମଧ୍ୟରେ ଡିଲ୍

କେନ୍ୟୁଜ୍(ବ୍ୟୁରୋ): ବିହାର ନିର୍ବାଚନ ପାଇଁ ବିଜେପି-ଜେଡିୟୁ ମଧ୍ୟରେ ଡିଲ୍‌ । ୫୦:୫୦ ଆସନ ବାଣ୍ଟିବା ଫର୍ମୁଲାରେ ନୀତିଶ କୁମାର ରାଜି ଥିବା ସୂଚନା ମିଳିଛି । ଜେଡିୟୁ ୧୨୨ ସିଟ୍‌ ଓ ବିଜେପି ୧୨୧ଟି ସିଟ୍‌ରେ ନିର୍ବାଚନ ଲଢିବ । ଖୁବ୍‌ ଶୀଘ୍ର ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯିବ ବୋଲି ଜଣାପଡ଼ିଛି । ପାସଓ୍ଵାନ ଅଧିକ ସଂଖ୍ୟକ ଆସନ ମାଗୁଥିବାରୁ ଏଲ୍‌ଜେପିର ଆସନ ଅଂଶ ଉପରେ ଅନିଶ୍ଚିତତା ଜାରି ରହିଛି । ୨୪୩ଟି ଆସନ ପାଇଁ ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ତିନିଟି ପର୍ଯ୍ୟାୟରେ ହେବ । ଅକ୍ଟୋବର ୨୮, ନଭେମ୍ବର ୩ ଏବଂ ୭ରେ ନିର୍ବାଚନ ହେବାକୁ ଥିବା ବେଳେ ୧୦ ତାରିଖରେ ଫଳାଫଳ ପ୍ରକାଶ ପାଇବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.