Below header

ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ଏନ. ଭି ରମଣା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ଏନ. ଭି ରମଣା। ତାଙ୍କ ନାଁରେ ଲାଗିଛି ମୋହର । କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ଗେଜେଟ୍‌ ନୋଟିଫିକେସନ୍‌ ଜାରି ହୋଇଛି । ଆସନ୍ତା ୨୪ ତାରିଖରେ ଜଷ୍ଟିସ ଏନ. ଭି ରମଣା ଦାୟିତ୍ୱ ଗ୍ରହଣ କରିବେ । ସେ ହେବେ ସୁପ୍ରିମକୋର୍ଟର ୪୮ତମ ପ୍ରଧାନ ବିଚାରପତି । ଜଷ୍ଟିସ୍‌ ଏନ୍‌.ଭି ରମଣାଙ୍କ ନାଁ ସୁପାରିଶ କରିଥିଲେ କଲେଜିୟମ । ଏହା ଉପରେ ରାଷ୍ଟ୍ରପତିଙ୍କ ମୋହର ଲାଗିଛି । ଜଷ୍ଟିସ ରମଣା ସିଜେଆଇ ଭାବେ ୧୬ ମାସ ଦାୟିତ୍ୱ ତୁଲାଇବେ । ୨୦୨୨ ଅଗଷ୍ଟ ୨୬ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ରହିବ। ଏପ୍ରିଲ ୨୩ ତାରିଖରେ ସିଜେଆଇ ଜଷ୍ଟିସ ଏସ ଏ ବୋବଡେଙ୍କ କାର୍ଯ୍ୟକାଳ ସରିବ ।

୧୯୮୩ ଫେବ୍ରୁଆରୀ ୧୦ ତାରିଖରୁ ଜଷ୍ଟିସ ଏନ. ଭି ରମଣା ଆରମ୍ଭ କରିଥିଲେ ଓକିଲାତି । ୨୦୦୦ ଜୁନ ୨୭ରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ୨୦୧୩ ମାର୍ଚ୍ଚ ୧୦ରୁ ମେ ୨୦ ତାରିଖ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଥିଲେ। ୨୦୧୩ ଡିସେମ୍ବର ୨ ତାରିଖରେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ ହୋଇଥିଲେ ଜଷ୍ଟିସ ରମଣା। ୨୦୧୪ ଫେବୃଆରି ୧୭ରେ ସେ ସୁପ୍ରିମ କୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ପ୍ରଧାନ ବିଚାରପତି ନିଯୁକ୍ତ ହେଲେ ଆନ୍ଧ୍ରପ୍ରଦେଶର ପ୍ରଥମ ଜଜ୍‌ ଭାବେ ଏହି ପଦ ଅଳଙ୍କୃତ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.