ଟ୍ରେନରୁ ହଠାତ୍ ଖସିପଡିଲେ ବୃଦ୍ଧ, ସୁରକ୍ଷାକର୍ମୀଙ୍କ ପାଇଁ ନିଶ୍ଚିତ ମୃତ୍ଯୁମୁଖରୁ ବଞ୍ଚିଗଲେ: ଦେଖନ୍ତୁ ଭିଡିଓ

କୁହାଯାଏ କି, ମରିବାକୁ ଯାଉଥିବା ମଣିଷକୁ ବଞ୍ଚାଇଥିବା ଲୋକ କୌଣସି ଭଗବାନଙ୍କ ଠାରୁ କମ୍ ନୁହନ୍ତି। ମୃତ୍ଯୁମୁଖରୁ କାହାର ଜୀବନକୁ ଛଡାଇ ଆଣିବା ସବୁଠାରୁ ବଡ କଥା। ଆପଣ ଭାବୁଥିବେ, ଆମେ କାହିଁ ଏମିତି କହୁଛୁ, କିନ୍ତୁ ଏହି ଭିଡିଓକୁ ଆପଣ ଦେଖିଲେ ନିଶ୍ଚିତ ବୁଝିଥିବେ। ଜଣେ ସୁରକ୍ଷାକର୍ମୀଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଜଣେ ବୃଦ୍ଧ ନିଶ୍ଚିତ ମୃତ୍ଯୁମୁଖରୁ ବଞ୍ଚିଯାଇପାରିଛନ୍ତି।

ଏମିତି ଏକ ଘଟଣା ରାଜସ୍ଥାନର ଜଣେ ସୁରକ୍ଷାକର୍ମୀ ଜଣେ ବୃଦ୍ଧଙ୍କ ଜୀବନ ବଞ୍ଚାଇ ଦେଖାଇଛନ୍ତି। ଭିଡିଓରେ ଦେଖିବାକୁ ମିଳୁଛି କି, ଜଣେ ବୃଦ୍ଧ ଟ୍ରେନରେ ଚଢୁଥିବା ସମୟରେ ହଠାତ୍ ତାଙ୍କ ପାଦ ଖସିଯାଉଛି, ଯାହା ଯୋଗୁଁ ଚଳନ୍ତା ଟ୍ରେନ ଏବଂ ପ୍ଲାଟଫର୍ମ ଭିତରେ ବୃଦ୍ଧ ଜଣକ ଫସିଯାଇଛନ୍ତି। ଏହାକୁ ଦେଖିବା ପରେ ସୁରକ୍ଷାକର୍ମୀ ବୃଦ୍ଧଙ୍କୁ ବଞ୍ଚାଇବା ପାଇଁ ଦୌଡି ଚାଲିଆସୁଛନ୍ତି। ଏହି ଘଟଣା ପୁରା ସିସି ଟିଭିରେ କଏଦ ହୋଇଛି। ଯାହାଏବେ ଇଣ୍ଟରନେଟରେ ଭାଇରଲ ହେଉଛି।

ରାଜସ୍ଥାନର ସବାଇ ମାଧେପୁର ଷ୍ଟେସନର ଏହି ଘଟଣାର ଭିଡିଓକୁ ରେଳମନ୍ତ୍ରୀ ପୀୟୁଷ ଗୋଏଲ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଭିଡିଓକୁ ସେୟାର କରି ରେଲୱେ ପୋଲିସ ସୁରକ୍ଷାକର୍ମୀଙ୍କ ପ୍ରଶଂସା କରିଛନ୍ତି। ଘଟଣା ସ୍ଥଳରେ ଅନେକ ଲୋକ ରହିଥିଲେ କିନ୍ତୁ ସୁରକ୍ଷାକର୍ମୀଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ବୃଦ୍ଧଙ୍କ ଜୀବନ ବଞ୍ଚିଯାଇଥିଲା।

You might also like