ଜଷ୍ଟିସ୍ ଏସ୍‌.ଏ.ବୋବଡେ ହେବେ ପରବର୍ତ୍ତୀ ପ୍ରଧାନ ବିଚାରପତି, ନାଁରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ(କେନ୍ୟୁଜ୍) : ଜଷ୍ଟିସ୍ ଏସ୍‌.ଏ.ବୋବଡେ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି । ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ଏସ୍‌. ଏ. ବୋବଡେଙ୍କ ନାଁରେ ମୋହର ମାରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଜଷ୍ଟିସ୍ ବୋବଡେଙ୍କ ନାଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ସୁପାରିଶ କରିଥିଲେ । ଆସନ୍ତା ନଭେମ୍ବର ୧୭ ତାରିଖରେ ରଞ୍ଜନ ଗୋଗୋଇ ଅବସର ନେବେ । ୧୯୫୬ ମସିହାରେ ଜଷ୍ଟିସ୍ ଶରଦ ଅରବିନ୍ଦ ବୋବ୍‌ଡେ ଜନ୍ମ ଗ୍ରହଣ କରିଥିଲେ । ୧୯୭୮ ମସିହାରେ ସେ ବାର କାଉନ୍‌ସିଲ୍‌ର ସଦସ୍ୟ ହୋଇଥିଲେ । ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚରେ ଅଭ୍ୟାସ କରିଥିଲେ । ୨୦୦୦ରେ ସେ ବମ୍ବେ ହାଇକୋର୍ଟର ଅତିରକ୍ତ ଜଜ୍ ହୋଇଥିଲେ । ୨୦୧୨ ମସିହାରେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ । ୨୦୧୩ ମସିହାରେ ସେ ସୁପ୍ରିମକୋର୍ଟର ଜଜ୍ ହୋଇଥିଲେ । ୨୩ ଏପ୍ରିଲ ୨୦୨୧ ମସିହାରେ ଅବସର ଗ୍ରହଣ କରିବେ ଜଷ୍ଟିସ୍ ଏସ୍‌. ଏ. ବୋବ୍‌ଡେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.