Below header

ମୋଦି ସରକାରଙ୍କ ନୂଆ ନିୟମ, ଏବେ ଘରେ ବସି ଭୋଟ ଦେଇପାରିବେ ଦିବ୍ୟାଙ୍ଗ ଏବଂ ବୟସ୍କ ବ୍ୟକ୍ତି

୮୦ ବର୍ଷରୁ ଅଧିକ ବୟସ୍କ ଏବଂ ଦିବ୍ୟାଙ୍ଗମାନେ ବର୍ତ୍ତମାନ ପୋଷ୍ଟାଲ ବାଲେଟ ଜରିଆରେ ଭୋଟ ଦେଇପାରିବେ। କେନ୍ଦ୍ର ସରକାର ଏହି ନିଷ୍ପତି ନେଇଛନ୍ତି। ରିପାର୍ଟ ଅନୁଯାୟୀ ଏହି ଶ୍ରେଣୀର ବ୍ୟକ୍ତିମାନେ ନିଜ ଇଛା ଅନୁସାରେ ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେଇପାରିବେ। ଏଥିପାଇଁ ଦୁଇଟି ବିକଳ୍ପ ରହିବ। ନିର୍ବାଚନ ଆୟୋଗର ସୁପାରିଶରେ କେନ୍ଦ୍ରିୟ କାନୁନ୍‌ ଏବଂ ନ୍ୟାୟ ମନ୍ତ୍ରାଳୟର ନିର୍ବାଚନ ନିୟମ, ୧୯୬୧ରେ ସଂଶୋଧନ କରାଯାଇଥିଲା। ଏହି ଜରିଆରେ ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକମାନଙ୍କୁ ଅନୁପସ୍ଥିତ ଭୋଟର ତାଲିକାରେ ସାମିଲ କରିବା ପାଇଁ ଅନୁମତି ମିଳିସାରିଛି।

elderly-voters

ଏହାସହ ପଢନ୍ତୁ: ବୟସ ମାତ୍ର ୩ ବର୍ଷ କିନ୍ତୁ କାରନାମା ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ସଂଶୋଧିତ ନିୟମ ଅନୁଯାୟୀ ବ୍ୟକ୍ତି ଏକ ନୂଆ ଫର୍ମ ୧୨ଡି ରେ ଆବେଦନ କରିବେ, ଯାହା ନିର୍ବାଚନର ଅଧିସୂଚନା ତାରିଖର ୫ଦିନ ମଧ୍ୟରେ ରିଟନିଂ ଅଧିକାରୀଙ୍କ ପର୍ଯ୍ୟନ୍ତ ପହଞ୍ଚି ପାରିବ। ଏହି ଆବେଦନ ପ୍ରାପ୍ତ ହେବା ପରେ ନିର୍ବାଚକଙ୍କୁ ଏକ ପୋଷ୍ଟାଲ ବାଲେଟ ପେପର ଜାରି କରାଯିବ। ସେହି ପୋଷ୍ଟାଲ ବାଲେଟକୁ ଭୋଟ ରେକଡିଂ ପରେ ସ୍ପେସୀଫାୟଡ ସେଣ୍ଟରରେ ଜମା କରାଯିବ। ଅଧିକାରୀଙ୍କ କହିବା ଅନୁଯାୟୀ ଦିବ୍ୟାଙ୍ଗ ଏବଂ ଅଧିକ ବୟସ୍କ ବ୍ୟକ୍ତିମାନେ ମତଦାନ କେନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚିବାରେ ଅସମର୍ଥ ହେଉଛନ୍ତି। ଯେଉଁକାରଣରୁ ସେମାନେ ନିଜର ଭୋଟ ଦେଇପାରୁନାହାନ୍ତି। ବର୍ତ୍ତମାନ ଏହି ନୂଆ ନିୟମ ଦ୍ୱାରା ଏହି ଦୁଇ ଶ୍ରେଣୀର ଲୋକମାନେ ନିଜର ମତଦାନ ସହଜରେ ଦେଇପାରିବେ ଏବଂ ଏହାଦ୍ୱାରା ମତଦାନ ପ୍ରତିଶତ ବୃଦ୍ଧି ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.