Below header

ଦାୟିତ୍ୱ ନେବାର ୨ ଘଣ୍ଟା ଭିତରେ କୃଷି ୠଣ ଛାଡ଼ କଲେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ

ନୂଆଦିଲ୍ଲୀ : କଥା ରଖିଲେ କମଲନାଥ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଭାବରେ ଦାୟିତ୍ୱ ଗ୍ରହଣ କରିବାର ଦୁଇଘଣ୍ଟା ନପୂରୁଣୁ ପୂରା ଆକ୍ସନ ମୁଡ୍‌କୁ ଆସିଛନ୍ତି । ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଅନୁସାରେ କୃଷି ଋଣ ଛାଡ଼ ଫାଇଲ୍‌ରେ ଦସ୍ତଖତ କରିଛନ୍ତି କମଲନାଥ । ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଛାଡ଼ କରିଛନ୍ତି କଂଗ୍ରେସ ସରକାର । କଂଗ୍ରେସ ସରକାରକୁ ଆସିଲେ ୧୦ ଦିନ ଭିତରେ କୃଷି ଋଣ ଛାଡ଼ କରାଯିବ ବୋଲି ପୂର୍ବରୁ ଘୋଷଣା କରିଥିଲେ କମଲନାଥ । ଏ ନେଇ ଟ୍ଵିଟ୍‌ କରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଲେଖିଛନ୍ତି ଗୋଟିଏ ସରିଲା, ଏହାପରେ ଆଉ ଗୋଟିଏ ।


ସେହିପରି ଗତ ଜୁନ୍‌ ୭ତାରିଖରେ ମନଦାସପୁର ଜିଲ୍ଲାର ପିପଲିୟା ମଣ୍ଡିରେ ଏକ ସାଧାରଣ ସଭାରେ କୃଷି ଋଣ ଛାଡ଼ ପାଇଁ ଘୋଷଣା କରିଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । କମଲ ନାଥ କହିଛନ୍ତି, ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିଛି । ସେହିପରି ମଧ୍ୟପ୍ରଦେଶବାସୀଙ୍କୁ ୭୦ ପ୍ରତିଶତ ନିଯୁକ୍ତି ସୁଯୋଗ ମିଳିଲେ, ରାଜ୍ୟରେ ନିବେଶ ସମ୍ପର୍କିତ ଯୋଜନା ଲାଗୁ କରିବେ ବୋଲି କମଲ ନାଥ କହିଛନ୍ତି । ଏହାପରେ ରାହୁଲ ଟ୍ଵିଟ୍‌ କରିଛନ୍ତି, ଗୋଟିଏ ପୂରଣ ହେଲା, ଆଉ ଦୁଇଟି ବାକି ରହିଛି । ଆଜି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ କମଲନାଥ ଶପଥ ନେଇଥିଲେ । ରାଜ୍ୟପାଳ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ । ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସମେତ ବିଜେପି ବିରୋଧୀ ଦଳର ବହୁ ହେଭିେଓ୍ଵଟ୍‌ ନେତା ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.