ସତ୍ୟସାଇ ହାର୍ଟ ହସ୍ପିଟାଲରେ ଓଡିଆ ପିଲାଙ୍କୁ ଭେଟିଲେ ନବୀନ

ଭୁବନେଶ୍ବର (କେନ୍ୟୁଜ୍) : ସୁରତ ଓଡ଼ିଆ ମହୋତ୍ସବରେ ଯୋଗଦେବା ପୂର୍ବରୁ ଅହମ୍ମବାଦ ଯାଇଥିଲେ ମୁଖ୍ୟମନ୍ତ୍ରୀ । ସତ୍ୟସାଇ ହାର୍ଟ ହସ୍ପିଟାଲ ବୁଲି ଦେଖିଥିଲେ ନବୀନ । ଏହି ହସ୍ପିଟାଲରେ ପ୍ରାୟ ୧୫୦ ଓଡ଼ିଆ ଶିଶୁ ଚିକିତ୍ସିତ ହେଉଛନ୍ତି । ଏଠାରେ ହୃଦରୋଗୀଙ୍କୁ ମାଗଣା ଚିକିତ୍ସା ଦିଆଯାଉଛି । ମୁଖ୍ୟମନ୍ତ୍ରୀ ଏହି ଶିଶୁଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଥିଲେ । ଶିଶୁମାନଙ୍କ ସହ ଫଟୋ ଉଠାଇଥିଲେ ମୁଖ୍ୟମନ୍ତ୍ରୀ । କିଛିଦିନ ପୂର୍ବରୁ ଓଡ଼ିଶା ସରକାର ଓ ଶ୍ରୀ ସତ୍ୟସାଇ ହାର୍ଟ ହସ୍ପିଟାଲ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷର ହୋଇଥିଲା । ଏହି ଏମଓୟୁ ଅନୁଯାୟୀ ହସ୍ପିଟାଲରେ ଓଡ଼ିଆ ହୃଦରୋଗୀଙ୍କୁ ମାଗଣା ଅପରେସନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.