Below header

ସିଦ୍ଦରମୈୟା ଖୋଲିଲେ ବିଧାନସଭାରେ ବନ୍ଦ ଥିବା ଅଶୁଭ ଦକ୍ଷିଣ ଦ୍ବାର, ଦୀର୍ଘବର୍ଷ ହେଲାଣି ବାସ୍ତୁ ଦୋଷ କାରଣରୁ ଥିଲା ବନ୍ଦ

ଯାହା ପୂର୍ବରୁ କେହି ସାହସ କରିନଥିଲେ, ତାହା କରିବାକୁ ସାହସ କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ । ବିଧାନସଭାରେ ଦୀର୍ଘବର୍ଷରୁ ବନ୍ଦ ଥିବା ଅଶୁଭ ଦକ୍ଷିଣ ଦ୍ବାରକୁ ଖୋଲିଲେ ସିଦ୍ଦରମୈୟା । ବାସ୍ତୁ ଦୋଷ କାରଣରୁ ବନ୍ଦ ଥିଲା ଦକ୍ଷିଣ ଦ୍ବାର ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ବିଧାନସଭାର ଦକ୍ଷିଣ ଦ୍ବାର ଖୋଲିଛନ୍ତି । ବାସ୍ତୁଦୋଷ ଯୋଗୁଁ ଏହି ଗେଟକୁ ଅନେକ ବର୍ଷ ହେଲାଣି ବନ୍ଦ କରିଦିଆଯାଇଥିଲା । ଶନିବାର ନିଜ ଅଧିକାରୀଙ୍କ ସହ ବୈଠକ ଲାଗି ବିଧାନସଭାରେ ଥିବା ନିଜ କାର୍ଯ୍ୟାଳୟକୁ ଯାଉଥିବା ସମୟରେ ଦକ୍ଷିଣ ଦ୍ବାର ବନ୍ଦ ଥିବାର ଦେଖିଥିଲେ । ତା’ ପରେ ତୁରନ୍ତ ଦକ୍ଷିଣ ଦ୍ବାର ଖୋଲିବା ପାଇଁ ଅଧିକାରୀଙ୍କୁ କହିବା ସହିତ ସେ ସେହି ରାସ୍ତାରେ ଯିବା ଆସିବା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଯାହାର ଭିଡିଓ ଭାଇରଲ ହେଉଛି । ମୁଖ୍ୟମନ୍ତ୍ରୀ ଅନ୍ନ ଭାଗ୍ୟ ଯୋଜନା ବିଷୟରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ଲାଗି ଗତକାଲି ବିଧାନସଭାରୁ ନିଜ କାର୍ଯ୍ୟାଳୟକୁ ଆସିଥିଲେ ।

ସିଦ୍ଦରୈମୟା ଶନିବାର ଦିନ ବିଧାନସଭାକୁ ଯାଉଥିବା ବେଳେ ଦକ୍ଷିଣ ଦ୍ବାର ବନ୍ଦ ଥିବା ଦେଖିଥିଲେ । ଯେତେବେଳେ ସେ ଅଧିକାରୀଙ୍କୁ ଏ ବିଷୟରେ ପଚାରିଥିଲେ ସେତେବେଳେ ସେମାନେ କହିଥିଲେ ବାସ୍ତୁ ଦୋଷ କାରଣରୁ ଏହି ଦ୍ବାର ବର୍ଷ ବର୍ଷ ଧରି ବନ୍ଦ ରହିଛି । ଏହାପରେ ମୁଖ୍ୟମନ୍ତ୍ରୀ ଏହି ଗେଟ୍ ଖୋଲିବାକୁ କହି ନିଜେ ପ୍ରଥମେ ସେହି ଦ୍ବାର ଦେଇ ପ୍ରବେଶ କରିଥିଲେ । ଅଶୁଭ କୁହାଯାଇ ବହୁ ବର୍ଷ ତଳୁ ଏହି ଗେଟ୍ କୁ ବନ୍ଦ ରଖାଯାଇଥିଲା ।

ଏହାକୁ ନେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଏକ ଭଲ ବାସ୍ତୁ ହେଉଛି ତାହା ଯାହା ଆପଣଙ୍କୁ ସୁସ୍ଥ ମସ୍ତିଷ୍କ, ସୁନ୍ଦର ହୃଦୟ ଓ ଲୋକଙ୍କ ଲାଗି କାମ କରିବାକୁ ପ୍ରୋତ୍ସାହିତ କରିଥାଏ ।  ବାସ୍ତୁ ନିୟମ ଅନୁଯାୟୀ, ନିର୍ମିତ ଘରକୁ ପ୍ରାକୃତିକ ଆଲୋକ ଓ ସ୍ୱଚ୍ଛ ବାୟୁ ଆସିବା ଜରୁରୀ । ତେବେ ଏହା ପୂର୍ବରୁ କୌଣସି ମୁଖ୍ୟମନ୍ତ୍ରୀ ଦକ୍ଷିଣ ଦ୍ବାର ଖୋଲିବାକୁ ସାହସ ମଧ୍ୟ କରିନଥିଲେ । ରାଜନୀତି କ୍ୟାରିଅର ପାଇଁ ଏହି ଦ୍ବାର ଅଶୁଭ ମାନୁଥିଲେ, ତେଣୁ କେହି ଖୋଲୁନଥିଲେ । ଦକ୍ଷିଣ ଦ୍ବାରର ଉଦଘାଟନ ଶନିବାର ଦିନ ହୋଇଥିଲା । ଜୀବନରେ ଦୁଃଖର କାରଣ ହୋଇପାରେ ବୋଲି ଆଶଙ୍କା କରି ଖୋଲାଯାଉନଥିଲା ।

ତେବେ ସିଦ୍ଦରମୈୟାଙ୍କ ଏହି ପଦକ୍ଷେପକୁ ବହୁ ୟୁଜର୍ସ ଅନେକ ପ୍ରଶଂସା କରିଛନ୍ତି । ଅନ୍ଧବିଶ୍ୱାସକୁ ହଟାଇବା ଦିଗରେ ଏହା ଏକ ଉତ୍ତମ ପଦକ୍ଷେପ ବୋଲି ବହୁ ୟୁଜର୍ସ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.