ହୋଣ୍ଡୁରସରେ ଜେଲ ପରେ ବିଲିୟର୍ଡ ହଲରେ ଗୁଳିକାଣ୍ଡ, ୧୧ ମୃତ

ହୋଣ୍ଡୁରସର ଉତ୍ତର ପଶ୍ଚିମ ସ୍ଥିତି ଏକ ବିଲିୟର୍ଡ ହଲରେ ଗୁଳିକାଣ୍ଡରେ ୧୧ ଜଣ ମୃତ୍ୟୁ ହୋଇଥିବା ଖବର ମିଳିଛି । ଘଟଣାରେ ଅନେକ ଆହତ ହୋଇଥିବା ମଧ୍ୟ ଜଣାପଡିଛି ।

ହୋଣ୍ଡୁରସର ଉତ୍ତର ପଶ୍ଚିମ ସ୍ଥିତି ଏକ ବିଲିୟର୍ଡ ହଲରେ ଗୁଳିକାଣ୍ଡରେ ୧୧ ଜଣ ମୃତ୍ୟୁ ହୋଇଥିବା ଖବର ମିଳିଛି । ଘଟଣାରେ ଅନେକ ଆହତ ହୋଇଥିବା ମଧ୍ୟ ଜଣାପଡିଛି । ତେବେ ଗୁଳିକାଣ୍ଡ କେମିତି ହୋଇଛି କିଏ କରିଛି ସେ ବିଷୟରେ ଅଧିକ କିଛି ଜଣାପଡିନାହିଁ ।

ନିକଟରେ ହୋଣ୍ଡୁରସରେ ଥିବା ଏକ ମାତ୍ର ମହିଳା ଜେଲରେ ଦଙ୍ଗା ଓ ହିଂସାକାଣ୍ଡ ଯୋଗୁଁ ୪୬ ଜଣ ମହିଳାଙ୍କର ଜୀବନ ଚାଲିଯାଇଥିଲା । ଅଧିକାଂଶ କଏଦୀଙ୍କୁ ପୋଡି ମାରିଦିଆଯାଇଥିବା ବେଳେ ଆଉ କେତେକଙ୍କୁ ଗୁଳି ଏବଂ ଛୁରୀ ଭୁସି ହତ୍ୟା କରାଯାଇଥିବା ଜଣାପଡିଥିଲା । ହିଂସାକାଣ୍ଡର ପ୍ରକୃତ କାରଣ ଜଣାପଡିନଥିଲା ।

ଏହି ଘଟଣାକୁ ନେଇ ହୋଣ୍ଡୁରସ ନ୍ୟାସନାଲ ପୋଲିସ ଇନଭେଷ୍ଟିଗେସନ୍‌ ଏଜେନ୍ସୀର ମୁଖପାତ୍ର ୟୁରି ମୋରା ଘଟଣାକୁ ନେଇ ବୟାନ ଜାରି କରିଥିଲେ । ସେ କହିଥିଲେ, ଅଧିକାଂଶ କଏଦୀଙ୍କୁ ପୋଡ଼ି ମାରି ଦିଆଯାଇଥିବା ବ‌େଳେ ବାକି କଏଦୀଙ୍କୁ ଗୁଳି ଓ ଛୁରି ମାରି ହତ୍ୟା କରାଯାଇଥିଲା। ଏଥିରେ ଆହତ ହୋଇଥିବା ୭ଜଣ କଏଦୀ ତେଗୁସିଗାଲ୍‌ପା ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.