ଲୋକପ୍ରିୟ ଫିଲ୍ମମେକର କୁଲଜିତ ପଲଙ୍କ ଦେହାନ୍ତ, ଶୋକରେ ବୁଡ଼ିଲା ଇଣ୍ଡଷ୍ଟ୍ରୀ

୨୪ ଜୁନରେ ସେ ହାର୍ଟ ଆଟାକର ଶିକାର ହୋଇଥିଲେ ଏବଂ ସମସ୍ତଙ୍କୁ ଏକା କରି ଏ ଦୁନିଆରୁ ବିଦାୟ ନେଇଥିଲେ । କୁଲଜିତଙ୍କ ମ୍ୟାନେଜର ସଞ୍ଜୟ ବାଜପାୟୀଙ୍କ କହିବା ଅନୁସାରେ, କୁଲଜିତ ଅନେକ ଦିନ ଧରି ରୋଗରେ ପିଡ଼ିତ ଥିଲେ ଏବଂ ହାର୍ଟଆଟାକ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ।

ବଲିଉଡକୁ ଅନେକ ଭଲ ଫିଲ୍ମ ଦେଇଥିବା ଏବଂ ରେଖାଙ୍କୁ ଫିଲ୍ମରେ ପ୍ରଥମ ବ୍ରେକ ଦେଇଥିବା ଫିଲ୍ମମେକର କୁଲଜିତ ପଲଙ୍କ ଦେହାନ୍ତ ହୋଇଯାଇଛି । ହାର୍ଟ ଆଟାକରେ କୁଲଜିତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଗତ କିଛି ଦିନ ଧରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରେ ସେ ପିଡ଼ିତ ଥିଲେ । ଦିନ ୧୨ ଟା ସମୟରେ ମୁମ୍ବାଇର ସାଣ୍ଟାକ୍ରୁଜ ଶ୍ମଶାନରେ ଫିଲ୍ମମେକରଙ୍କ ଶବ ସତ୍କାର କରାଯିବ । ସେହିପରି ତାଙ୍କ ଅମର ଆତ୍ମାର ସଦଗତି ପାଇଁ ଆସନ୍ତା ଜୁନ ୨୯ ତାରିଖ ୫ ଟା ସମୟରେ ପ୍ରାର୍ଥନା ସଭା ଅନୁଷ୍ଠିତ ହେବ । କୁଲଜିତ ପଲଙ୍କ ନିଧନରେ ବଲିଉଡ ଜଗତରେ ଶୋକର ଲହରୀ ଖେଳିଯାଇଛି । ସୋସିଆଲ ମିଡିଆରେ ସମସ୍ତେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ।

୨୪ ଜୁନରେ ସେ ହାର୍ଟ ଆଟାକର ଶିକାର ହୋଇଥିଲେ ଏବଂ ସମସ୍ତଙ୍କୁ ଏକା କରି ଏ ଦୁନିଆରୁ ବିଦାୟ ନେଇଥିଲେ । କୁଲଜିତଙ୍କ ମ୍ୟାନେଜର ସଞ୍ଜୟ ବାଜପାୟୀଙ୍କ କହିବା ଅନୁସାରେ, କୁଲଜିତ ଅନେକ ଦିନ ଧରି ରୋଗରେ ପିଡ଼ିତ ଥିଲେ ଏବଂ ହାର୍ଟଆଟାକ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ।

କୁଲଜିତ ପଲ ହିଁ ଅଭିନେତ୍ରୀ ରେଖାଙ୍କୁ ଫିଲ୍ମରେ ପ୍ରଥମ ବ୍ରେକ ଦେଇଥିଲେ । କିନ୍ତୁ ସେହି ପ୍ରୋଜେକ୍ଟ ଆଗକୁ ବଢ଼ି ପାରିନଥିଲା ଏବଂ ଫିଲ୍ମ ବନ୍ଦ ହୋଇଯାଇଥିଲା । ତାଙ୍କ ଝିଅର ନାମ ଅନୁ ପଲ । ସେ ମଧ୍ୟ ‘ଆଜ’ ନାମକ ଫିଲ୍ମରେ ନଜର ଆସିଛନ୍ତି । କୁଲଜିତ ପଲ ନିଜ କ୍ୟାରିଅରରେ ଅନେକ ଭଲ ଫିଲ୍ମ ନିର୍ମାଣ କରିଛନ୍ତି । ‘ଅର୍ଥ’, ‘ଆଜ’, ‘ପରମାତ୍ମା’, ‘ ଦୋ ଶିକାରୀ’ ଏବଂ ‘ଆଶିୟାନା’ ଭଳି ଅନେକ ଫିଲ୍ମ ନିର୍ମାଣ କରି ନିଜର ଭିନ୍ନ ପରିଚୟ ସୃଷ୍ଟି କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.