Below header

କେଦାରନାଥ ଧାମ ଯିବାକୁ ଥିବା ଯାତ୍ରୀ ଧ୍ୟାନ ଦିଅନ୍ତୁ ! ୩୦ ଏପ୍ରିଲ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ ବନ୍ଦ, ବିଗୁଡୁଛି ପାଣିପାଗ

କେଦାରନାଥରେ ବର୍ଷା ଏବଂ ବରଫପାତ ହେବାର ସମ୍ଭାବନା । ତେଣୁ ୩୦ ଏପ୍ରିଲ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ ବନ୍ଦ । ପାଣିପାଗ ସଠିକ ରହିଲେ ୩୦ ତାରିଖ ପରେ ଯିବାକୁ ମିଳିପାରେ ଅନୁମତି ।

କେଦାରନାଥ ଯାତ୍ରୀଙ୍କ ପାଇଁ ଆଜିଠାରୁ ବାବା କେଦାରନାଥଙ୍କ କପାଟ ଖୋଲିଦିଆଯାଇଛି । ସକାଳ ୬.୨୦ ମିନିଟରେ କପାଟ ଆଜି ଖୋଲିଛି । ତେବେ ଖରାପ ପାଣିପାଗ ଯୋଗୁଁ ୩୦ ଏପ୍ରିଲ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ ବନ୍ଦ କରିଦିଆଯାଇଛି ବୋଲି ଖବର ମିଳିଛି । ଯେଉଁ ଯାତ୍ରୀମାନେ ରେଜିଷ୍ଟ୍ରେସନ ପାଇଁ ଯାଉଛନ୍ତି, ସେମାନଙ୍କ ବାଟରେ ରୋକି ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ୨୯ ଏପ୍ରିଲ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଏବଂ ବରଫପାତ ହେବାର ସମ୍ଭାବନା ରହିଛି। ତେଣୁ ରେଜିଷ୍ଟ୍ରେସନକୁ ବନ୍ଦ କରିଦିଆଯାଇଛି ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ କେଦାରନାଥ ଧାମ ସ୍ଥଳର ପାଣିପାଗ ଖରାପ ରହିବ । ବରଫପାତ କିମ୍ବା ବର୍ଷା ହେବା ଯୋଗୁଁ ଭୟରେ ଯାତ୍ରୀଙ୍କୁ ଭଦ୍ରକାଳୀ ଏବଂ ବ୍ୟାସୀ ପାଖରେ ଅଟକାଯାଉଛି । ଲୋକଙ୍କୁ ରିଷିକେଶରେ ରହିବା ପାଇଁ କୁହାଯାଉଛି । ବାବା କେଦାରନାଥଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଉତ୍ତରାଖଣ୍ଡରେ ପହଞ୍ଚି ସାରିଲାଣେ ।

ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ପାଇଁ କୁହାଯାଇଛି । ଗତ ୩ ଦିନ ହେଲାଣି କେଦାରନାଥରେ ବର୍ଷା ହେଉଛି । କେଦାରନାଥ ଧାମ ଯାତ୍ରା ବାଟ ବରଫାବୃତ୍ତ ରହିଛି । ରୁଦ୍ରପ୍ରୟାଗ ଜିଲ୍ଲାରୁ କେଦାରନାଥ ଟ୍ରେକ ରୁଟ ମଧ୍ୟ ବହୁତ ଖରାପ ରହିଛି । କୌଣସି ମୁହୂର୍ତ୍ତରେ ବରଫ ଖସିପାରେ। ଯାହାଦ୍ୱାରା ବିପଦ ହୋଇପାରେ ।

ତେବେ ପାଣିପାଗ ସ୍ଥିତି ଦେଖି ଆଗକୁ ଯାତ୍ରା ବିଷୟରେ ନିଷ୍ପତ୍ତି ନିଆଯିବ । ଯଦି ପାଗ ଅନୁକୂଳ ରହିଲା ତେବେ ମଙ୍ଗଳବାରରୁ ଯାତ୍ରୀଙ୍କୁ ଅନୁମତି ମିଳିବ । ଏହି ବର୍ଷ କେଦାରନାଥ ଯାତ୍ରା ପାଇଁ ପାଖାପାଖି ୬ ଲକ୍ଷ ରେଜିଷ୍ଟ୍ରେସନ ହୋଇଛି । ୨୫ ଏପ୍ରିଲରୁ ୨୯ ଏପ୍ରିଲ ପର୍ଯ୍ୟନ୍ତ ୧ ଲକ୍ଷରୁ ଅଧିକ ଭକ୍ତ ମନ୍ଦିର ଯିବାକୁ ରେଜିଷ୍ଟ୍ରେସନ କରିଛନ୍ତି ।

କେଦାରନାଥ ଓ ବଦ୍ରିନାଥଙ୍କ ସ୍ୱତନ୍ତ୍ର ଦର୍ଶନ ପାଇଁ ଦେବାକୁ ପଡିବ ୩୦୦ ଟଙ୍କା । ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ଏହି ଘୋଷଣା କରିଛନ୍ତି । ଏଥିସହିତ କେଦାରନାଥରେ ୧୦୦ କିଲୋଗ୍ରାମର ଏକ ତ୍ରିଶୁଳ ସ୍ଥାପନା କରାଯିବା ମଧ୍ୟ ସୂଚନା ରହିଛି । ଏହାକୁ ନେଇ ମନ୍ଦିର କମିଟି ପକ୍ଷରୁ ସ୍ୱତନ୍ତ୍ର ପ୍ରୋଟକଲ୍ ବ୍ୟବସ୍ଥା କରାଯିବାର ଯୋଜନା ରହିଛି।

ବିକେଟିସି କର୍ମଚାରୀ ହିଁ ମନ୍ଦିରର ପ୍ରୋଟୋକଲ ଅନୁସାରେ ଦର୍ଶନ କରିବାକୁ ଆସୁଥିବା ଭିଆଇପିଙ୍କୁ ଦର୍ଶନ କରାଇବା ଏବଂ ପ୍ରସାଦ ବିତରଣ କରିବେ । ଏହାଦ୍ୱାରା ଭିଆଇପି ସୁବିଧା ନାମରେ ଅବ୍ୟବସ୍ଥା ହେବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.