Below header

ଶବ ରଖି କୌଣସି ଦାବି କରିବା ଦଣ୍ଡନୀୟ ଅପରାଧ, ମୃତ ବ୍ୟକ୍ତିର ମଧ୍ୟ ରହିଛି ଅଧିକାର : ମାନବାଧିକାର ଆୟୋଗ

ଜୟପୁର : ଆଉ ରାସ୍ତାରେ ଶବ ରଖି କରିପାରିବେନି ରାସ୍ତାରୋକ କିମ୍ବା ମାଗିପାରିବେନି କ୍ଷତିପୂରଣ। ଏପରି କରିବା ଦଣ୍ଡନୀୟ ଅପରାଧ ବୋଲି ମାନବାଧିକାର ଆୟୋଗ କହିଛନ୍ତି। ମୃତବ୍ୟକ୍ତିଙ୍କର ମଧ୍ୟ ମାନବାଧିକାର ରହିଛି।

ଖବର ମୁତାବକ, ରାଜସ୍ଥାନର ରାଜ୍ୟ ମାନବାଧିକାର ଆୟୋଗ ଶୁକ୍ରବାର ଦିନ ଏକ ମହତ୍ତ୍ୱପୂର୍ଣ୍ଣ ଆଦେଶରେ ଏହା କହିଛନ୍ତି। ରାସ୍ତାରେ ଶବ ରଖି କ୍ଷତିପୂରଣ ମାଗିବା ଉପରେ ରୋକ ଲଗାଇବା ସହ ମୃତ ବ୍ୟକ୍ତିଙ୍କର ମଧ୍ୟ ମାନବାଧିକାର ରହିଛି ବୋଲି କହିଛନ୍ତି। ଏହା ଏକ ଦଣ୍ଡନୀୟ ଅପରାଧ।

rajstana

ରାଜସ୍ଥାନରେ ଅଧିକ ସମୟ ପର୍ଯ୍ୟନ୍ତ ରାସ୍ତାରେ ଶବ ରଖି କ୍ଷତିପୂରଣ ମାଗିବା, ସରକାରୀ ଚାକିରୀ ଏବଂ ଅନ୍ୟ ପ୍ରକାର ଦାବି କରିଥାନ୍ତି। ଏଠାରେ ଜଣେ ଗ୍ୟାଙ୍ଗଷ୍ଟର ଶବକୁ ତାଙ୍କ ଘର ଲୋକେ ୨୦ ଦିନରୁ ଅଧିକ ସମୟ ରଖିବାରୁ ଏଠାରେ ଆଇନ ବ୍ୟବସ୍ଥାରେ ଗମ୍ଭୀର ପରିସ୍ଥିତି ଦେଖାଦେଇଥିଲା। ଏହାଛଡା ଦେଶରେ ଆଦିବାସୀ ଅଞ୍ଚଳରେ ଶବକୁ ରାସ୍ତାରେ ରଖି ଅନେକ କ୍ଷତିପୂରଣ ଦାବି କରାଯିବା ଭଳି ପ୍ରଥା ମଧ୍ୟ ରହିଛି।

ରାଜସ୍ଥାନର ରାଜ୍ୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ ଜଷ୍ଟିସ ପ୍ରକାଶ ଟାଟିଆ ଏକ ଖଣ୍ଡପୀଠରେ କହିଛନ୍ତି, ମୃତଦେହର ଦୂରପୋଯୋଗ କରି ଏହାର ବାହାନାରେ ଆନ୍ଦୋଳନ କରିବା ଅବୈଧ । ଏହାର ପ୍ରଭାବ ସରକାର, ପ୍ରଶାସନ, ପୋଲିସ ଏବଂ ଡାକ୍ତର ଉପରେ ଚାପ ପକାଇବା କିମ୍ବା ଅର୍ଥରାଶି ଦାବି କରିବା ମଧ୍ୟ ମୃତବ୍ୟକ୍ତିର ଅପମାନ ଏବଂ ତାର ମାନବଧିକାରକୁ କ୍ଷତି ପହଞ୍ଚାଇଥାଏ। ଏହାକୁ ନେଇ ସ୍ୱତନ୍ତ୍ର ନୀତିନିର୍ଦ୍ଧାରଣ ଏବଂ ବିଧି ପ୍ରଚଳନ କରାଯିବା ଜରୁରୀ।

strike

ସରକାରଙ୍କୁଏହି ନିବେଦନ କରିଛନ୍ତି ଆୟୋଗ:

– ଦାହ ସଂସ୍କାର ପାଇଁ ଲାଗୁଥିବା ସମୟରୁ ଅଧିକ ସମୟ ପର୍ଯ୍ୟନ୍ତ ଶବକୁ ରଖିପାରିବେ ନାହିଁ।

– ଯଦି ପରିବାର ଲୋକେ ଅନ୍ତିମ ସଂସ୍କାର କରୁନାହାନ୍ତି ତେବେ ଏହା ରାଜ୍ୟ ସରକାରଙ୍କ ଦାୟିତ୍ୱ ରହିବ। ସରକାର ସ୍ଥାନୀୟ ନ୍ୟାୟ ଏବଂ ପୋଲିସର ସହାୟତାରେ ଅନ୍ତିମ ସଂସ୍କାର କରିପାରିବେ।

– ଯଦି କୌଣସି ଅପରାଧିକ ଯାଞ୍ଚ ପାଇଁ ଶବ ଜରୁରୀ ରହିଥାଏ। ତେବେ ନ୍ୟାୟିକ ଆଦେଶ ଅନୁସାରେ ଅନ୍ତିମ ସଂସ୍କାର ଉପରେ ରୋକ୍‌ ଲଗାଇ ପୋଲିସକୁ ବିଶେଷ ଅଧିକାର ପ୍ରଦାନ କରାଯାଏ।

– ମୃତଦେହକୁ ଅନାବଶ୍ୟକ ଭାବେ ଘର କିମ୍ବା ସାର୍ବଜନୀନ ସ୍ଥାନରେ ରଖିବା ଦଣ୍ଡନୀୟ ଅପରାଧ।

– ଶବକୁ କୌଣସି ଆନ୍ଦୋଳନ କିମ୍ବା ରାସ୍ତାରୋକରେ ରଖି କୌଣସି ଅର୍ଥରାଶି ଦାବି କରିବା ଦଣ୍ଡନୀୟ ଅପରାଧ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.