ଏୟାରସେଲର ଗ୍ରାହକ ସାବଧାନ, ୩୧ ଅକ୍ଟୋବର ପରେ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯିବ ଆପଣଙ୍କ ମୋବାଇଲ ନମ୍ବର

ଯଦି ଆପଣ ମଧ୍ୟ ଏୟାରସେଲର ଗ୍ରାହକ ତାହେଲେ ଆପଣଙ୍କ ପାଇଁ ବଡ଼ ଖବର। କାରଣ ଅକ୍ଟୋବର ୩୧ ତାରିଖ ପରେ ଆପଣଙ୍କ ମୋବାଇଲ ନମ୍ବର କାମ କରିବା ବନ୍ଦ କରିଦେବ। ଅକ୍ଟୋବର ୩୧ ତାରିଖ ପୂର୍ବରୁ ନିଜ ନମ୍ବରକୁ ଅନ୍ୟ କୌଣସି କମ୍ପାନୀକୁ ପୋର୍ଟ କରାଇ ଦେବା ପାଇଁ ଟେଲିକମ ରେଗୁଲେଟରି ଅଥରିଟି ଅଫ ଇଣ୍ଡିଆ(TRAI) ଏୟାରସେଲ ଏବଂ ଡିସନେଟ କମ୍ପାନୀକୁ ଶେଷଥର ପାଇଁ ଚେତାବନୀ ଦେଇଛି। କାରଣ ଅକ୍ଟୋବର ୩୧ ତାରିଖ ପରେ ସମ୍ପୂର୍ଣ୍ଣ ଭାବେ ଏୟାରସେଲ ସେବା ବନ୍ଦ ହେବାକୁ ଯାଉଛି । ସୂଚନା ଅନୁଯାୟୀ ଏୟାରସେଲ ଓ ଡିସନେଟ ଦୁଇଟି କମ୍ପାନୀ ବନ୍ଦ ହୋଇ ସାରିଛି ।

ବର୍ତ୍ତମାନ ଅଛନ୍ତି ୭ କୋଟି ଏୟାରସେଲ ଗ୍ରାହକ

ଟ୍ରାଇର ରିପୋର୍ଟ ଅନୁଯାୟୀ ୨୦୧୮ ମସିହାରେ ଯେତେବେଳେ ଏୟାରସେଲ ନିଜର ସେବା ବନ୍ଦ କରିଥିଲା ସେହି ସମୟରେ ସାରା ଦେଶରେ ଏୟାରସେଲ ଗ୍ରାହକଙ୍କ ସଂଖ୍ୟା ୯ କୋଟି ଥିଲା । ତେବେ ୨୦୧୯ ଅଗଷ୍ଟ ୩୧ ତାରିଖ ମଧ୍ୟରେ କେବଳ ୧.୯ କୋଟି ଲୋକ ନିଜର ନମ୍ବରକୁ ପୋର୍ଟ କରାଇଛନ୍ତି । ଏପରିସ୍ଥଳେ ପାଖାପାଖି ୭ କୋଟି ନମ୍ବର ବନ୍ଦ ହେବାକୁ ଯାଉଛି । ବର୍ତ୍ତମାନ ଏୟାରସେଲ ଗ୍ରାହକ ଯଦି ନିଜ ନମ୍ବରକୁ ପୋର୍ଟ ନକରିବେ ତାହେଲେ ସେମାନଙ୍କ ନମ୍ବରକୁ ସମ୍ପୂର୍ଣ ଭାବେ ବନ୍ଦ କରିଦିଆଯିବ ବୋଲି ଟ୍ରାଇ ସଫା ସଫା କହିଦେଇଛି ।

Image result for Dishnet companies

ଏହାସହ ପଢନ୍ତୁ ସୋସିଆଲ ମିଡ଼ିଆର ବ୍ୟବହାର ଆପଣଙ୍କୁ କରିଦେଇପାରେ ମାନସିକ ରୋଗୀ, ହୋଇଯାଆନ୍ତୁ ସାବଧାନ

ଏୟାରସେଲ ଏବଂ ଡିସନେଟ ୱୟାରଲେସର ଗ୍ରାହକ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ, ଆସାମ, ବିହାର, ଦିଲ୍ଲୀ, ଜୁମ୍ମୁ କାଶ୍ମୀର, ମୁମ୍ବାଇ, ନର୍ଥ ୱେଷ୍ଟ, ଓଡିଶା, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ ଏବଂ ପଶ୍ଚିମ ବଙ୍ଗର ସର୍କଲ ମଧ୍ୟରେ ରହିଛନ୍ତି । ଯଦି ଏହି ସର୍କଲର ଗ୍ରାହକ ଅକ୍ଟୋବର ୩୧ ତାରିଖ ମଧ୍ୟରେ ନିଜ ନମ୍ବର ପୋର୍ଟ ନକରୁଛନ୍ତି ତାହେଲେ ସେମାନଙ୍କ ସେବାକୁ ସମ୍ପୂର୍ଣ ଭାବେ ବନ୍ଦ କରି ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.