Below header

ମହିଳାଙ୍କ ପ୍ରବେଶକୁ ସୁପ୍ରିମକୋର୍ଟ ଅନୁମତି ଦେବା ପରେ ଆଜି ଖୋଲିବ କେରଳର ଭଗବାନ ଆୟାପ୍ପାଙ୍କ ସାବରିମାଲା ମନ୍ଦିର

କେରଳ(କେନ୍ଯୁଜ୍) : ଆଜି ଖୋଲିବ କେରଳର ଭଗବାନ ଆୟାପ୍ପାଙ୍କ ସାବରିମାଲା ମନ୍ଦିର । ସବୁ ବୟସର ମହିଳାଙ୍କ ପ୍ରବେଶକୁ ସୁପ୍ରିମକୋର୍ଟ ଅନୁମତି ଦେବା ପରେ ଆଜି ପ୍ରଥମ ଥର ପାଇଁ ମନ୍ଦିର ଖୋଲିବ । ତେବେ ମନ୍ଦିର ଖୋଲିବା ପୂର୍ବରୁ ବିବାଦ ଘନେଇଛି । ସୁପ୍ରିମକୋର୍ଟଙ୍କ ରାୟ କାର୍ଯ୍ଯକାରୀ ହେବାକୁ ବିରୋଧ କରୁଛନ୍ତି ଭକ୍ତ ଓ ସ୍ଥାନୀୟ ମହିଳା ।

sabarimala-2 ପାହାଡ଼ ଉପରେ ଥିବା ମନ୍ଦିରଠାରୁ ୨୦ କିଲୋମିଟର ତଳେ ଥିବା ବେସ୍‌ କ୍ୟାମ୍ପରେ ଭକ୍ତମାନେ ଗାଡ଼ି ମୋଟର ଯାଂଚ କରିବା ସହ ମହିଳାମାନଙ୍କୁ ଆସିବାକୁ ବାରଣ କରୁଛନ୍ତି । ଶହଶହ ମହିଳା ଆସି ଗାଡ଼ି ମୋଟର ଯାଂଚ କରୁଛନ୍ତି । ଅନ୍ୟପଟେ କେରଳ ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ୍‌ କହିଛନ୍ତି ଭକ୍ତଙ୍କୁ ସାବରିମାଲା ଆସିବାକୁ କେହି ଅଟକାଇ ପାରିବେ ନାହିଁ । ଏହି ମନ୍ଦିରରେ ୧୦ରୁ ୫୦ ବର୍ଷ ପର୍ଯ୍ଯନ୍ତ ମହିଳାଙ୍କ ପ୍ରବେଶ ନିଷେଧ ଥିଲା । ମାସିକ ପୂଜାର୍ଚ୍ଚନା ପାଇଁ ଆଜିଠାରୁ ଏହି ମନ୍ଦିର ଖୋଲି ଆସନ୍ତା ୨୨ ତାରିଖରେ ବନ୍ଦ ହେବ । ଅନ୍ୟପଟେ ମହିଳାଙ୍କ ପ୍ରବେଶକୁ ବିରୋଧ କରି ବିଜେପି ଆନ୍ଦୋଳନ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.