ରାୟଗଡ଼ା ଚାନ୍ଦିଲିର ଜଣେ ଯୁବତୀଙ୍କୁ ରାଜସ୍ଥାନରେ ବିକ୍ରି ଅଭିଯୋଗ, ଚାକିରୀ ନାଁରେ ଦଲାଲ ନେଇଥିଲେ ଆନ୍ଧ୍ର

ରାୟଗଡ଼ା(କେନ୍ଯୁଜ୍) : ରାୟଗଡ଼ା ଜିଲ୍ଲା ଚାନ୍ଦିଲିର ଝିଞ୍ଜିରିବାଡ଼ି ଗାଁର ଜଣେ ଯୁବତୀଙ୍କୁ ରାଜସ୍ଥାନରେ କାମ ଯୋଗାଇ ଦେବା ନାଁରେ ଏକ ଲକ୍ଷ ଟଙ୍କାରେ ବିକି ଦିଆଯାଇଥିବା ଅଭିଯୋଗ ହୋଇଛି । ଏନେଇ ମଣ୍ଡଳ ଶ୍ରମ ଆୟୁକ୍ତଙ୍କ ନିକଟରେ ଯୁବତୀଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ।

girlଅଭିଯୋଗ ଅନୁଯାୟୀ, ଝିଞ୍ଜିରିବାଡ଼ି ଗାଁର ଜଣେ ଝିଅକୁ ବଲାଙ୍ଗିର ଜିଲ୍ଲା ବଡ଼ସାଇମରା ଗାଁର ସନୁମାନ ମହାନନ୍ଦିଆ, ଅଭି ମହାନନ୍ଦିଆ, ସନ୍ତୁ ମହାନନ୍ଦିଆ ଓ କୃଷ୍ଣଚନ୍ଦ୍ର ମହାନନ୍ଦିଆ ଆନ୍ଧ୍ରପ୍ରଦେଶର ଏକ କାରଖାନାରେ କାମ ଯୋଗାଇ ଦେବାକୁ କହି ନେଇଯାଇଥିଲେ । ପରେ ତାଙ୍କୁ ରାଜସ୍ଥାନର ବାରା ଜିଲ୍ଲା ବାଉଁଶକେଲାର ହରିଆନ୍‌ ମେହେଟ୍ଟାଙ୍କୁ ଏକ ଲକ୍ଷ ଟଙ୍କାରେ ବିକି ଦେଇଛନ୍ତି ।

ssସେଠାରେ ତାଙ୍କୁ ଶାରିରୀକ ନିର୍ଯ୍ଯାତନା ମଧ୍ୟ ଦିଆଯାଉଛି । ଏ ସଂପର୍କରେ ପରିବାର ଲୋକ ହରିଆନ ମେହଟ୍ଟାଙ୍କୁ ଯୋଗାଯୋଗ କରିବାରୁ ସେ ଲକ୍ଷେ ଟଙ୍କା ନଦେଲେ ଝିଅକୁ ଛାଡ଼ିବେ ନାହିଁ ବୋଲି କହିଛନ୍ତି । ଘଟଣାର ଅନୁଧ୍ୟାନ କରି ଯୁବତୀଙ୍କ ମୁକ୍ତି ପାଇଁ ଉଦ୍ୟମ କରାଯିବ ବୋଲି ରାୟଗଡ଼ା ମଣ୍ଡଳ ଶ୍ରମ ଆୟୁକ୍ତ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.