Below header

ନିଜ ପିଲାକୁ ଭୋକ ବିକଳରେ ମାଟି ଖାଉଥିବାର ଦେଖି ମା ସରକାରଙ୍କୁ କଲେ ଏପରି ଅନୁରୋଧ

କେରଳରେ ଜଣେ ମହିଳାଙ୍କ ଗୁହାରି ସାରା ରାଜ୍ୟକୁ ସ୍ତବ୍ଧ କରି ଦେଇଛି। ଏଠାରେ ଜଣେ ମହିଳା ନିଜ ପିଲାକୁ ଭୋକ ବିକଳରେ ମାଟି ଖାଉଥିବାର ଦେଖି ତାଙ୍କୁ ନିଜ ଶରଣରେ ନେବାପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ଶ୍ରୀଦେବୀ ନାମକ ଏହି ମହିଳାଙ୍କ କରୁଣ କାହାଣୀ ଶୁଣିବା ପରେ କିଛି ଲୋକ ସହଯୋଗର ହାତ ମଧ୍ୟ ବଢ଼ାଇଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମହିଳା ଜଣକ ଏକ ଅସ୍ଥାୟୀ ତମ୍ବୁରେ ନିଜ ଛ’ ଜଣ ପିଲାଙ୍କ ସହିତ ରହିଆସୁଥିଲେ ଯାହାକି ସଚିବାଳୟଠାରୁ ମାତ୍ର ଏକ କିଲୋମିଟର ଦୂରରେ ଅବସ୍ଥିତ।

Image result for kerala-shocked-by-plight-of-poor-mother-six-children

ସୂଚନା ଅନୂଯାୟୀ ତିରୁବନନ୍ତପୁରମର ଜଣେ ମହିଳା ଶିଶୁ କଲ୍ୟାଣ ସମିତି(CWC)କୁ ଏକ ପତ୍ର ଲେଖିଥିଲେ। ଯେଉଁଥିରେ ସେ ଲେଖିଥିଲେ ତାଙ୍କର ପତି ଜଣେ ମଦ୍ୟପ ଏବଂ ସେ ନିଜ ପିଲାମାନଙ୍କୁ ଖାଇବାକୁ ଦେଇପାରନ୍ତି ନାହିଁ। ଏହାବ୍ୟତୀତ ସେ ଲେଖିଥିଲେ ଯେ ତାଙ୍କର ଗୋଟେ ପିଲା ଭୋକ ବିକଳରେ ମାଟି ମଧ୍ୟ ଖାଇଦେଇଥିଲେ। ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଶିଶୁ କଲ୍ୟାଣ ସମିତି ତାଙ୍କର ଚାରି ଜଣ ପିଲାଙ୍କୁ ନିଜ ସଂରକ୍ଷଣରେ ନେଇଛନ୍ତି ଓ ମହିଳାଙ୍କ ସମେତ ତାଙ୍କର ଅନ୍ୟ ଦୁଇଜଣ ପିଲାଙ୍କୁ ରାଜ୍ୟଦ୍ୱାରା ସଞ୍ଚାଳିତ ଆଶ୍ରୟ ଗୃହକୁ ପଠାଇ ଦିଆଯାଇଛି। ମହିଳାଙ୍କୁ ଏକ ଘର ସହିତ କିଛି କାର୍ଯ୍ୟ ଯୋଗାଇ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ମିଳିଛି।

ଏହାସହ ପଢନ୍ତୁ ମିଳୁ ନାହାନ୍ତି ଘାତକ, କେମିତି ଫାଶି ଦିଆଯିବ ନିର୍ଭୟା ଦୋଷୀଙ୍କୁ ?

ସେପଟେ ମହିଳାଙ୍କ ପତି କହିଛନ୍ତି ଯେ ପିଲାମାନଙ୍କୁ ଶିଶୁ କଲ୍ୟାଣ ସମିତିକୁ ପଠାଇଦିଆଯିବା ବିଷୟରେ ତାଙ୍କୁ କୌଣସି ସୂଚନା ମିଳିନାହିଁ ଏବଂ କିଛି ବନ୍ଧୁବାନ୍ଧବଙ୍କର କଥାରେ ପଡି ତାଙ୍କ ପତ୍ନୀ ଏପରି କରିଛନ୍ତି। ତେବେ ସେଠାକାର ଶିକ୍ଷାମନ୍ତ୍ରୀଙ୍କ କହିବା ଅନୁଯାୟୀ ରାଜ୍ୟ ସରକାର ପିଲାମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.