ସାଉଥ ଏସିଆ ଗେମ୍ସରେ କିଟ ଛାତ୍ରୀ ସୁଟର ଶ୍ରୀୟଙ୍କା ଷଡଙ୍ଗୀଙ୍କୁ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ

ଭୁବନେଶ୍ୱର (କେ ନ୍ୟୁଜ୍‌) : ପୁଣି ରାଜ୍ୟ ଓ ଦେଶକୁ ଗୌରବ ଆଣି ଦେଇଛନ୍ତି କିଟ୍‌ ଛାତ୍ରୀ ଶୀୟଙ୍କା ଷଡ଼ଙ୍ଗୀ । ନେପାଳର କାଠମାଣ୍ଡୁରେ ଚାଲିଥିବା ସାଉଥ୍ ଏସିଆନ୍ ଗେମ୍ସରେ ସୁଟର ଶ୍ରୀୟଙ୍କା ଜିତିଛନ୍ତି ଡବଲ ମେଡାଲ । ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ପାଇଛନ୍ତି କିଟ୍ ଛାତ୍ରୀ ସୁଟର୍ ଶ୍ରୀୟଙ୍କା । ୧୦ମିଟର ଏୟାର ରାଇଫଲ୍ ଦଳଗତ ଇଭେଣ୍ଟରେ ସ୍ୱର୍ଣ୍ଣ ଓ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରି ଗୌରବ ଆଣିଛନ୍ତି । ଡିସେମ୍ବର ୧ରୁ ଆରମ୍ଭ ହୋଇଥିବା କାଠମାଣ୍ଡୁ ସାଉଥ ଏସିଆନ ଗେମ୍ସ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ।

ମେହୁଲି ଘୋଷ, ଶ୍ରୀୟଙ୍‌କା ଷଡ଼ଙ୍ଗୀ ଏବଂ ଶ୍ରେୟା ଅଗ୍ରଓ୍ଵାଲଙ୍କୁ ନେଇ ଗଠିତ ଭାରତୀୟ ଦଳ ସର୍ବାଧିକ ସ୍କୋର କରି ଟିମ୍‌ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ବ୍ୟକ୍ତିଗତ ଇଭେଣ୍ଟରେ ମେହୁଲି ୨୫୩.୩, ଶ୍ରୀୟଙ୍କା ୨୫୦.୮ ଏବଂ ଶ୍ରେୟା ୨୨୭.୨ ପଏଣ୍ଟ ସ୍କୋର କରି ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଯଦିଓ ୦.୪ ସ୍କୋରରେ ମେହୁଲି ବିଶ୍ୱ ରେକର୍ଡ଼ ଭାଙ୍ଗିଛନ୍ତି ତେବେ ଏହି କ୍ରୀଡ଼ାକୁ ଆଇଏସ୍‌ଏସ୍‌ଏଫ୍‌ (ଅନ୍ତର୍ଜାତୀୟ ସୁଟିଂ ଫେଡେରେସନ୍‌) ମାନ୍ୟତା ଦେଉନଥିବାରୁ ତାଙ୍କ ନାଁ ରେକର୍ଡ଼କୁ ଆସିବ ନାହିଁ । ଅବଶ୍ୟ ଏହି ଇଭେଣ୍ଟରେ ବିଶ୍ୱ ରେକର୍ଡ଼ ଆଉ ଜଣେ ଭାରତୀୟ ଅପୂର୍ବୀ ଚନ୍ଦେଲାଙ୍କ ନାଁରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.