Below header

ମୁମ୍ବାଇରେ ଅଡିସନ ହେଲା କିଟ୍‌ ନହ୍ନିପରୀ ଲିଟିଲ ମିସ୍‌ ଇଣ୍ଡିଆ ୨୦୧୯, ତିନୋଟି ରାଉଣ୍ଡରେ ବଛାଗଲା ପ୍ରତିଯୋଗୀଙଙ୍କୁ

କେନ୍ୟୁଜ୍(ବ୍ୟୁରୋ): କିଟ୍‌ ନହ୍ନିପରୀ ଲିଟିଲ ମିସ୍‌ ଇଣ୍ଡିଆ ୨୦୧୯ର ମୁମ୍ବାଇ ଅଡିସନ ହୋଇଛି । ଡୋମ୍ବିଭାଲି ଇଷ୍ଟରେ ଆୟୋଜିତ ଏହି ଅଡ଼ିସନରେ ତିନୋଟି ରାଉଣ୍ଡରେ ପିଲାଙ୍କୁ ବଛାଯାଇଥିଲା । ଏଥିରେ ମୁମ୍ବାଇ, ପୁନେ, ନାଗପୁର ତଥା ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରତିଯୋଗୀ ଭାଗ ନେଇଥିଲେ । ଏଥିରେ ବିଚାରକ ମଣ୍ଡଳୀ ଭାବେ ଯୋଗ ଦେଇଥିଲେ ଅଭିନେତ୍ରୀ ନୈନା ଦାଶ ଓ ସମାଜସେବୀ ଶୁଭଜିତ୍‌ ମୁଖାର୍ଜୀ । ମୁମ୍ବାଇ ପରି ଦେଶର ବିଭିନ୍ନ ସ୍ଥାନରେ କିଟ୍‌ ନହ୍ନନପରୀ ଲିଟିଲ ମିସ ଇଣ୍ଡିଆର ଅଡିସନ କରାଯାଉଛି । ବିଭିନ୍ନ ଫାଇନାଲିଷ୍ଟଙ୍କୁ ନେଇ ଭୁବନେଶ୍ୱରରେ ଫିନାଲେ କରାଯିବ । ଝିଅ ମାନଙ୍କୁ ଉଚ୍ଚଶିକ୍ଷା ପାଇଁ ପ୍ରୋତ୍ସାହିତ କରିବା ହେଉଛି ମୂଳ ଲକ୍ଷ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.