ଏବେ ପରିବା ବଜାରରେ ରାଜ୍‌ କରୁଛି ସାରୁ, ଜାଣନ୍ତୁ ଏହାର ୫ଟି ଆଶ୍ଚର୍ଯ୍ୟଜନକ ଫାଇଦା

ଏବେ ପରିବା ବଜାରକୁ ଗଲେ ଯୁଆଡେ ଚାହିଁବ ସିଆଡେ ଦେଖାଯିବ ସାରୁ। ପୂରା ପରିବା ହାଟରେ ଅଧିକ ସାରୁ ବିକ୍ରି ହେଉଛି। ଏବେ ପରିବା ଦର ଆକାଶଛୁଆଁ । ଆଉ ଏଭଳି ସ୍ତିତିରେ ଏହି ଗୋଟିଏ ଜିନିଷର ଦାମ ଟିକେ କମ୍‌ ରହିଛି। ସାରୁ ଏମିତି ଏକ ଖାଦ୍ୟ ପଦାର୍ଥ ଯାହା ଆଳୁ ପରି ସବୁ ପରିବାରେ ମିଶିଯାଏ। ଯଦି ଆପଣ କେବେ ଏହାକୁ ଖାଇନାହାନ୍ତି, କେମିତି ଲାଗିବ ଏବଂ କେମିତି ପ୍ରସ୍ତୁତ ହେବ ଭାବି ଆଣିବେ ଆଣିବେ ହୋଇ ଆଣୁ ନାହାନ୍ତି ତେବେ ଆଜି ଆମେ ଏହାର ସ୍ୱାସ୍ଥ୍ୟଗତ ଫାଇଦା ଆପଣଙ୍କୁ ଜଣାଇବୁ ଏହାକୁ ଜାଣିଲା ପରେ ଏବେ ଯେତେବେଳେ ପରିବା ଆଣିବାକୁ ହାଟକୁ ଯିବେ ସାରୁ ଧରି ନିଶ୍ଚୟ ଆସିବେ।

ସହଜରେ ମିଳୁଥିବା ଏହି ପରିବା ବହୁତ ଲୋକପ୍ରିୟ। ଏହାର ଫାଇଦା ବହୁତ ଆଶ୍ଚର୍ଯ୍ୟଜନକ । ଏଥିରେ ଫାଇବର, ପ୍ରୋଟୀନ, ପୋଟାସିୟମ, ଭିଟାମିନ୍‌ ଏ, ଭିଟାମିନ୍‌ ସି, କ୍ୟାଲସିୟମ ଏବଂ ଆଇରନ ଭରପୂର ମାତ୍ରାରେ ରହିଛି। ଏହାବ୍ୟତୀତ ଏଥିରେ ଆଣ୍ଟି-ଅକ୍ସିଡେଣ୍ଟ ମଧ୍ୟ ରହିଥାଏ।

ସାରୁର ୫ଟି ଫାଇଦା

SARUକାଶ

ଯଦି ଆପଣଙ୍କୁ ଲମ୍ବା ସମୟ ଧରି କାଶ ହେଉଛି ଯେତେ ଯାହା ଉପାୟ ପରେ ବି କାଶ ଛାଡୁନି ତେବେ ସାରୁ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ। ସିଝା ସାରୁକୁ ଖାଇବା ଦ୍ୱାରା ପୁରୁଣାରୁ ଅତି ପୁରୁଣା କାଶକୁ ବହୁତ ସହଜରେ ଦୂର କରିଥାଏ। ଅନେକ ଅଞ୍ଚଳରେ ଆଦିବାସୀମାନେ ଏହାକୁ ମହୁ ସହିତ ଖାଇବା ପାଇଁ ପରାମର୍ଶ ଦିଅନ୍ତି।

ଏହାସହ ପଢନ୍ତୁ : ଟୁଥପେଷ୍ଟ, ସାବୁନ୍‌, ଚିନି ଏବଂ ସୋଡାରେ କରନ୍ତୁ ପ୍ରେଗନାନ୍ସୀ ଟେଷ୍ଟ, ମିନିଟରେ ପାଇବେ ରେଜଲ୍ଟ

ପୋକ କାମୁଡିଲେ

ଆପଣଙ୍କୁ ଯଦି କୌଣସି ପୋକ କିମ୍ବା କୀଟ କାମୁଡିଥାଏ ତେବେ ସାରୁକୁ ଖଣ୍ଡକ କରି ଯନ୍ତ୍ରଣା ହେଉଥିବା ସ୍ଥାନରେ ରଗଡନ୍ତୁ। ଏପରି କଲେ ଯନ୍ତ୍ରଣାରୁ ତୁରନ୍ତ ଆରାମ ମିଳିଥାଏ। କୌଣସ ପ୍ରକାରର ବିଷ ମଧ୍ୟ ଏହାଦ୍ୱାରା କାମ କରିନଥାଏ।

TAROମଧୁମେହ

ସାରୁ ମୂଳରେ ପ୍ରାକୃତିକ ଫାଇବର ରହିଥାଏ ଯାହା ଶରୀରରେ ଗ୍ଲୁାକୋଜ୍‌ ଏବଂ ଇନସୁଲିନର ମାତ୍ରାକୁ ଠିକ୍‌ ସ୍ତରରେ ରଖିଥାଏ। ଲୋ ଗ୍ଲାଇକୋମିକ ଇଣ୍ଡେକ୍ସ କାରଣରୁ ସାରୁ ମଧୁମେହ ଠାରୁ ରକ୍ଷା କରିଥାଏ। ଏହାସହିତ ଏହା ଶରୀରରେ ରୋଗକୁ ଦୂର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ।

ବ୍ଲଡ ପେସର ଏବଂ ହୃଦୟ ସମ୍ବନ୍ଧୀୟ ରୋଗ

ସାରୁରେ ସୋଡିୟମ ବହୁତ ଭଲ ମାତ୍ରରେ ଥାଏ। ଏହାଛଡା ଏହା ପୋଟାସିୟମ ଏବଂ ମ୍ୟାଗ୍ନେସିୟମ ଗୁଣରେ ଭରପୂର ରହିଥାଏ। ଏହା ବ୍ଲଡପ୍ରେସରକୁ ନିୟନ୍ତ୍ରଣ ଏହାସହିତ ଚିନ୍ତାମୁକ୍ତ କରିଥାଏ।

ପାଚନ କ୍ରିୟାକୁ ଉତ୍ତମ ରଖେ

ସାରୁରେ ଭରପୂର ମାତ୍ରାରେ ଫାଇବର ରହିଥାଏ, ଯେଉଁ କାରଣରୁ ପାଚନ କ୍ରୀୟା ଭଲ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.