Below header

କିମ ଜୋଙ୍ଗଙ୍କୁ ନେଇ ମିଳିଲା ସମସ୍ତ ପ୍ରଶ୍ନର ଉତ୍ତର, ୨୦ ଦିନ ପରେ ଭଉଣୀଙ୍କ ସହିତ ନଜର ଆସିଲେ ଉତ୍ତର କୋରିଆର ସର୍ବୋଚ୍ଚ ନେତା

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ମୃତ୍ୟୁକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ ଶୁକ୍ରବାର ଦିନ ପ୍ରଥମ ଥର ପାଇଁ ଲୋକଙ୍କ ମଧ୍ୟରେ ନଜର ଆସିଛନ୍ତି। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ କିମ ରାଜଧାନୀ ପ୍ୟୋଙ୍ଗୟାଙ୍ଗର ଏକ ସାର କମ୍ପାନୀ ଉଦଘାଟନ କରିଛନ୍ତି । ଏହି ସମୟରେ କିମଙ୍କ ଭଉଣୀ କିମ ୟୋ ଜୋଙ୍ଗ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ । ତେବେ ତାଙ୍କ କାର‌୍ୟ୍ୟକ୍ରମ ଉତ୍ତର କୋରିଆ ଗଣମାଧ୍ୟମ ଦ୍ୱାରା ସିଧା ପ୍ରସାରଣ କରାଯାଇଥିଲା । ଗତ ଏକ ମାସ ଧରି ତାଙ୍କ ସ୍ୱାସ୍ଥ୍ୟ ଏବଂ ମୃତ୍ୟୁ ବିଷୟରେ ଅନେକ କଳ୍ପନାଜଳ୍ପନା ଓ ଦାବି କରାଯାଉଥିଲା କିନ୍ତୁ ପ୍ରାୟ ତିନି ସପ୍ତାହ ପରେ ତାଙ୍କୁ ପୁଣିଥରେ ସର୍ବସାଧାରଣରେ ଦେଖିବାକୁ ମିଳିଛି ।

କିମ ଜୋଙ୍ଗ ଏହିପରି ଭାବେ ଲୋକମାନଙ୍କ ସାମ୍ନାକୁ ଆସିବା ଦ୍ୱାରା ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଉଠିଥିବା ସମସ୍ତ ପ୍ରଶ୍ନର ଉତ୍ତର ମିଳିଯାଇଛି । କିମ ଜୋଙ୍ଗ ଯିଏକି ଉତ୍ତର କୋରିଆର ସର୍ବୋଚ୍ଚ ନେତା କାରଖାନା ଉଦ୍ଘାଟନୀ ଉତ୍ସବରେ ଅନେକ ଲୋକଙ୍କ ଜୀବନରେ ଉନ୍ନତି ଆଣିଛନ୍ତି । ଜାରି କରାଯାଇଥିବା ଫଟୋରେ କିମ ଜୋଙ୍ଗ ହସୁଥିବା ନଜର ଆସିଛନ୍ତି । ଏହାସହିତ କିମ୍ ପୁରା ପ୍ଲାଣ୍ଟ ବୁଲିବା ସହିତ ଅନେକ ଲୋକଙ୍କୁ ଭେଟିଥିଲେ ।


ଏପ୍ରିଲ ୧୧ ତାରିଖରେ କିମ୍ ଜାତୀୟ ହଲିଡେରେ ଯୋଗ ଦେଇନଥିଲେ । ଯାହା ପରେ ତାଙ୍କ ବିଷୟରେ ଅନେକ କଳ୍ପନାଜଳ୍ପନା କରାଯାଉଥିଲା । ତେବେ ଏହା ମଧ୍ୟରେ ଦକ୍ଷିଣ କୋରିଆର ଜଣେ ମନ୍ତ୍ରୀ ଦାବି କରିଥିଲେ ଯେ କିମ ଜୋଙ୍ଗ ହୁଏତ କରୋନା ଭୟରେ ନିଜକୁ ଲୁଚାଇ ରଖିଛନ୍ତି । କିନ୍ତୁ ବର୍ତ୍ତମାନ ସେଠାରେ ଥିବା ଗଣମାଧ୍ୟମ ସବୁ ପ୍ରକାରର କଳ୍ପନା ଜଳ୍ପନାର ଅନ୍ତ ଘଟାଇବା ପାଇଁ ତାଙ୍କର କିଛି ଫଟୋ ସେୟାର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.