ସଂସଦ ବାହାରେ ପିଏମ ମୋଦିଙ୍କୁ ଅପେକ୍ଷା କରି ରହିଛି ୮ ବର୍ଷର ଝିଅ, କିନ୍ତୁ କାହିଁକି ?

କ୍ଲାଇମେଟ ଚେଞ୍ଚ ଅର୍ଥାତ୍ ଜଳବାୟୁ ପରିବର୍ତ୍ତନ ଏବଂ ଗ୍ଲୋବାଲ ୱାର୍ମିଂ ଆଜିର ତାରିଖରେ ସମସ୍ତଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ଅଟେ। ବାୟୁ ପ୍ରଦୂଷଣ, ଜଳ ସଂକଟ ଏବଂ ସୁଷ୍କ ପରିସ୍ଥିତି ଦିନକୁ ଦିନ ବଢ଼ିବାରେ ଲାଗିଛି। ଆମେ ଏହି ସମସ୍ୟାକୁ ଅଣଦେଖା କରୁଥିବା ବେଳେ ଜଣେ ଆଠ ବର୍ଷର ଝିଅ ଆମ ପାଇଁ ପାଦ ଆଗକୁ ବଢ଼ାଇଛି।

ସଂସଦ ବାହାରେ ହାତରେ ପ୍ଲେକାର୍ଡରେ ମେସେଜ୍ ଲେଖି ଛିଡା ହୋଇଛି

ଲାଇସିପ୍ରୀୟା କାଂଗଜୁମର ବୟସ ପ୍ରାୟ ୮ ବର୍ଷ। କିନ୍ତୁ ସେ ସମସ୍ତଙ୍କ ଠାରୁ ଚାଲାକ୍ ଅଟେ। ସେ ଜାଣିଛି ଯେ ଉତ୍ତମ ଭବିଷ୍ୟତ ପାଇଁ ଧରିତ୍ରୀକୁ ରକ୍ଷା କରିବାକୁ ହେବ। ଝିଅଟି ଜଳଳବାୟୁ ପରିବର୍ତ୍ତନ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ନିଜର ତଥ୍ୟ ରଖିବାକୁ ଚାହୁଁଛନ୍ତି। ସେ ହାତରେ ଏକ ପ୍ଲେକାର୍ଡରେ ମେସେଜ୍ ଲେଖି ସଂସଦ ବାହାରେ ଛିଡା ହୋଇଗଲା। ସେ ଚାହୁଁଥିଲା ଯେ ପିଏମ୍ ମୋଦିଙ୍କ ଧ୍ୟାନ ଏହା ଉପରେ ପଡୁ।

girlଭବିଷ୍ୟତ ସୁରକ୍ଷିତ କରିବା ପାଇଁ ନେବାକୁ ହେବ ପଦକ୍ଷେପ

ଲାଇସିପ୍ରୀୟା ମେସେଜରେ ଲେଖିଛି ଯେ ‘ମୁଁ ଆମ ପ୍ରଧାନମନ୍ତ୍ରୀ ଏବଂ ସମସ୍ତ ସାଂସଦଙ୍କୁ ଅପିଲ କରୁଛି ଯେ ଜଳବାୟୁ ପରିବର୍ତ୍ତନ ମାମଲାରେ ପଦକ୍ଷେପ ନିଅନ୍ତୁ ଏବଂ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ସମୁଦ୍ରର ସ୍ଥର ବଢ଼ୁଛି ଏବଂ ପ୍ରୁଥିବୀ ଗରମ ହେବାରେ ଲାଗିଛି। ଏଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ କରିବା ଉଚିତ।’

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଜଳବାୟୁ ପରିବର୍ତ୍ତନ ଉପରେ ପଦକ୍ଷେପ ନେବା ଉଦ୍ଦେଶ୍ୟରେ ଆଉ ଜଣେ ଝିଅ ଗ୍ରିଟୋ ଥନବର୍ଗ ମଧ୍ୟ କିଛି ଏମିତି କରିଥିଲେ। ଗତବର୍ଷ ୨୦୧୮ରେ ସ୍ବିଡେନର ସଂସଦ ବାହାରେ ଏହିଭଳି ଭାବେ ବିକ୍ଷୋଭ କରିବାକୁ ଛିଡା ହୋଇଥିଲେ।

ଗ୍ରିଟୋ ମଧ୍ୟ କରିଛି ପିଏମ୍ ମୋଦିଙ୍କୁ ନିବେଦନ

ଗ୍ରିଟୋ ପାଖରେ ମଧ୍ୟ ପିଏମ୍ ମୋଦିଙ୍କ ପାଇଁ ଏକ ମହତ୍ତ୍ବପୂର୍ଣ୍ଣ ସନ୍ଦେଶ ରହିଛି। ସେ କହିଛି ଯେ ’ଏହାକୁ ଗମ୍ଭୀରତାର ସହିତ ନିଅନ୍ତୁ ଏବଂ ଏହା ଉପରେ କାର୍ଯ୍ୟ କରନ୍ତୁ। ନଚେତ୍ ଭବିଷ୍ୟତରେ ଆପଣଙ୍କୁ ଗମ୍ଭୀରତାର ସହିତ ନିଆଯିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.