Below header

‘ମୁଗାମ୍ବୋ’ଙ୍କ ଜନ୍ମଦିନ ପାଇଁ ଗୁଗୁଲ ପ୍ରସ୍ତୁତ କଲା ଡୁଡୁଲ

ମୁମ୍ବାଇ : ସର୍ଚ୍ଚ ଇଞ୍ଜିନ ଗୁଗୁଲ ଆଜି ଅଭିନେତା ଅମରୀଶ ପୁରିଙ୍କ ୮୭ତମ ଜନ୍ମ ଦିବସରେ ଡୁଡୁଲ ପ୍ରସ୍ତୁତ କରି ତାଙ୍କୁ ଅଭିନନ୍ଦନ ଜଣାଇଛି। ଡୁଡୁଲରେ ଅମରୀଶ ପୁରିଙ୍କୁ ଏକ ଧଳା ରଙ୍ଗର କୁର୍ତ୍ତା ଏବଂ କଳା ରଙ୍ଗର ସାଲରେ ଦେଖିବାକୁ ମିଳିଛି। ଏହି ଡୁଡୁଲକୁ ପୁଣେର ଦେବାଗଶୁ ମୋଲିକ୍ ପ୍ରସ୍ତୁତ କରିଛନ୍ତି। ୨୨ ଜୁନ୍ ୧୯୩୨ରେ ଲାହୋରରେ ଜନ୍ମ ହୋଥିବା ଅମରୀଶଙ୍କର ଦେହାନ୍ତ ୧୨ ଜାନୁଆରୀ ୨୦୦୫ମସିହାରେ ବ୍ରେନ ହାମ୍ରେଜ୍ କାରଣରୁ ମୁମ୍ବାଇରେ ହୋଇଥିଲା। ତେବେ ସେ ତାଙ୍କ ଖଳନାୟକ ଚରିତ୍ର ପାଇଁ ଲୋକଙ୍କ ମଧ୍ୟରେ ବେଶ ଲୋକପ୍ରିୟ। ତାଙ୍କ ଦେହାନ୍ତ ପରେ ସାରା ଦୁନିଆରେ ତାଙ୍କ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଦୁଃଖ ଦେଖିବାକୁ ମିଳିଥିଲା। ଏପରିକି ମୁଗେମ୍ବୋ ଖାମୋସ ହୁଆ ବୋଲି ଅନେକ ଖବର ମଧ୍ୟ ବାହାରିଥିଲା।

puri-1

ଅମରୀଶ ପୁରି ପ୍ରଥମେ ଏକ ମରାଠୀ ଫିଲ୍ମରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ତାଙ୍କର ଦୁଇ ଭାଇ ମଦନ ପୁରି ଏବଂ ଚମନ ପୁରି ଅଭିନୟରେ ସଫଳତା ହାସଲ କରିଥିବା ବେଳେ ଅମରୀଶଙ୍କୁ କ୍ୟାରିୟରର ପ୍ରାରମ୍ଭରେ ଖୁବ୍ କଷ୍ଟ କରିବାକୁ ପଡିଥିଲା। ତେବେ ୩୯ବର୍ଷ ବୟସରେ ତାଙ୍କୁ ପ୍ରଥମ ବଲିଉଡ ଫିଲ୍ମ କରିବାକୁ ମଉକା ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.