Below header

ହେଲମେଟ୍‌ର ଅନ୍ତିମ ସଂସ୍କାର , ଜାଣନ୍ତୁ କିଏ ଓ କାହିଁକି କଲେ

ପୁଣେ : ହେଲମେଟ୍‌ ପିନ୍ଧିଲେ ଚନ୍ଦା ହୋଇଯାଉଛୁ । ପୁଣି ମୁଣ୍ଡ ଓ ମୁହଁରେ ସମସ୍ୟା ସୃଷ୍ଟି ହେଉଛି । ଏଭଳି ଅଭିଯୋଗ କରି ପୁଣେଠାରେ କିଛି ଲୋକ ହେଲମେଟ୍‌ର ଅନ୍ତିମ ସଂସ୍କାର କରିଛନ୍ତି । ଶିବସେନା ନେତା ମହାଦେବ ବବଇଙ୍କ ନେତୃତ୍ୱରେ ଗୋଟିଏ ସଂଗଠନର ସଦସ୍ୟମାନେ ପୋଲିସ୍‌ କଡ଼ା କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଏକାଠି ହୋଇଥିଲେ ଏବଂ ହେଲମେଟ୍‌କୁ ରଖି ସେଥିରେ ଫୁଲମାଳ ସହ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ପୁରୋହିତଙ୍କୁ ଡାକି ମନ୍ତ୍ରପାଠ ସହ ଅନ୍ତିମ ସଂସ୍କାର କରିଥିଲେ ।

HELMETମହାଦେବଙ୍କ କହିବା କଥା, ମହାରାଷ୍ଟ୍ରର ପୁଣେ ଅଞ୍ଚଳରେ ଲୋକମାନେ ଅତି ବେଶିରେ ୨୫ରୁ ୩୦ କିଲୋମିଟର ବେଗରେ ବାଇକ୍‌ ଚଳାନ୍ତି । ତେଣୁ ହେଲମେଟ୍‌ର ଆବଶ୍ୟକତା ନାହିଁ । ଏହା ବ୍ୟତୀତ ହେଲମେଟ୍‌ ଲଗାଇବା ଯୋଗୁଁ ମୁଣ୍ଡରୁ କେଶ ଉପୁଡ଼ି ଯାଉଛି ମୁହଁ ଉପରେ ମଧ୍ୟ ଚାପ ପଡୁଛି । ଏସବୁ କଥା ପୋଲିସ୍‌ ଭଲ ଭାବେ ବିଚାର କରିବା ଉଚିତ । ପୋଲିସ୍‌ ହେଲମେଟ୍‌ ପିନ୍ଧିବାକୁ ବାଧ୍ୟ କରୁଥିବାରୁ ଏଠାରେ ଏକ ‘ହେଲମେଟ୍‌ ଶକ୍ତି ବିରୋଧୀ କୃତି ସମିତି’ ଗଠନ କରାଯାଇ ଏଭଳି ଭାବେ ହେଲମେଟ୍‌କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।
ଅନ୍ୟପକ୍ଷରେ ସୂଚନା ଅନୁସାରେ, ଗତ ବର୍ଷ ପୁଣେରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୨୦୦ରୁ ଊର୍ଦ୍ଧ୍ୱ ଥିଲା । ଏଥିରୁ ଅଧିକାଂଶ ମୁଣ୍ଡରେ ଶକ୍ତ ଆଘାତ ଲାଗିବା ଯୋଗୁଁ ମରିଛନ୍ତି । ତେଣୁ ସ୍ଥାନୀୟ ପୋଲିସ ଦୁଇ ଚକିଆ ଯାନ ଚାଳକଙ୍କ ପାଇଁ ହେଲମେଟ୍‌ ପିନ୍ଧିବା ବାଧ୍ୟତାମୂଳକ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.