Below header

କିଛି ସମୟ ପରେ ଦ୍ରାବିଡ଼ ଯୋଦ୍ଧାଙ୍କୁ ଦିଆଯିବ ଅନ୍ତିମ ବିଦାୟ

ଆଉ କିଛି ସମୟ ପରେ ଦ୍ରାବିଡ଼ ଯୋଦ୍ଧାଙ୍କୁ ଦିଆଯିବ ଅନ୍ତିମ ବିଦାୟ । ଚେନ୍ନାଇର ମାରିନା ବିଚରେ ହେବ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ କରୁଣାନିଧିଙ୍କ ଶେଷକୃତ୍ୟ । ଏଥିପାଇଁ ପ୍ରସ୍ତୁତି ଚାଲିଛି । ନିଜ ପ୍ରିୟ ନେତାଙ୍କୁ ଅଶ୍ରୁଳ ବିଦାୟ ଜଣାଇ ମାରିନା ବିଚ ଏବେ ଲୋକାରଣ୍ୟ । ଚେନ୍ନାଇର ରାଜାଜୀ ହଲରୁ ବିରାଟ ଶୋଭାଯାତ୍ରାରେ କରୁଣାନିଧିଙ୍କ ପାର୍ଥିବ ଶରୀରକୁ ନିଆଯିବ । କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି ରାଜାଜୀ ହଲରେ କରୁଣାନିଧିଙ୍କ ପାର୍ଥିବ ଶରୀର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । କରୁଣାନିଧିଙ୍କୁ ଅନ୍ତିମ ଦର୍ଶନ କରିଛନ୍ତି ତାମିଲନାଡୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି।

ସେହିପରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ, କେରଳ ମୁଖ୍ୟମନ୍ତ୍ରୀ ପିନରୟି ବିଜୟନ, ରାଜ୍ୟପାଳ ପି ସଦାଶିବମଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମରଶରୀର ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି । ଓଡ଼ିଶାରୁ ମନ୍ତ୍ରୀ ଶଶିଭୂଷଣ ବେହେରା ଓ ବିଧାୟକ ଦେବୀ ପ୍ରସାଦ ମିଶ୍ର ପହଞ୍ଚି ପାର୍ଥିବ ଶରୀରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ନିଜ ପ୍ରିୟ ନେତା କରୁଣାନିଧିଙ୍କ ଶେଷ ଦର୍ଶନ ପାଇଁ ରାଜାଜୀ ହଲ୍ ନିକଟରେ ହଜାର ହଜାର ସମର୍ଥକଙ୍କ ଭିଡ଼ ଜମିଛି । ସେଠାରେ ଦଳାଚକଟା ହେବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମାରିନା ବିଚରେ ଶେଷକୃତ୍ୟ କରିବାକୁ ନେଇ ବିବାଦ ଦେଖାଦେଇଥିଲା ।

ତେବେ ଏଥିପାଇଁ ଅନୁମତି ଦେଇଥିଲେ ମାଡ୍ରାସ ହାଇକୋର୍ଟ । ଚେନ୍ନାଇର କାବେରୀ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ସଂଧ୍ୟାରେ କରୁଣାନିଧିଙ୍କର ପରଲୋକ ହୋଇଥିଲା । ତାଙ୍କ ବିୟୋଗରେ ଆଜି ତାମିଲନାଡୁରେ ସରକାରୀ ଛୁଟି ଘୋଷଣା ହୋଇଛି । ୭ ଦିନ ଧରି ରାଷ୍ଟ୍ରୀୟ ଶୋକ ପାଳନ କରାଯିବ । କରୁଣାନିଧିଙ୍କ ପରଲୋକ ସହ ଦୀର୍ଘ ୬ ଦଶନ୍ଧି ଧରି ତାମିଲ ରାଜନୀତିରେ ଏକ ଯୁଗର ଅନ୍ତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.