Below header

ଜନ୍ମ ହେଉ ହେଉ ଗର୍ଜନ କରିବାକୁ ଚେଷ୍ଟା କରୁଛି ସିଂହ ଛୁଆ ! ବାହାର କରୁଛି ଏମିତି ରଡି, ଦେଖନ୍ତୁ Viral Video

ସୋସିଆଲ ମିଡିଆରେ ଜଙ୍ଗଲର ଭିଡ଼ିଓକୁ ଲୋକେ ଖୁବ ପସନ୍ଦ କରୁଛନ୍ତି। ସିଂହ ଶିକାର କରୁଥିବାର ଭିଡ଼ିଓ ଅନେକ ବାର ଭାଇରଲ ହୋଇସାରିଥିବ। କିନ୍ତୁ କେବେ ଆପଣ ସିଂହ ଛୁଆକୁ ଗର୍ଜନ କରୁଥିବାର ଶୁଣିଛନ୍ତି କି? ଯଦି ଶୁଣିଥିବେ, ତା’ହେଲେ ‘ଲାଇଓନ କିଙ୍ଗ’ ଫିଲ୍ମରେ। ହେଲେ ଏଠି ସେରେଙ୍ଗେତି ଜାତୀୟ ଉଦ୍ୟାନରେ ଏକ ସିଂହ ଛୁଆ ଗର୍ଜନ କରିବାକୁ ଚେଷ୍ଟା କରିଛି, ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି।

ଭିଡ଼ିଓରେ ଦେଖାଯାଉଛି କି, ଏକ ସିଂହ ଛୁଆ ଭ୍ରମଣ କରିବାକୁ ବାହାରୁଛି। କିଛି ବାଟ ଯିବା ପରେ ସେ ଗର୍ଜନ କରିବାକୁ ଚେଷ୍ଟା କରୁଛି। ଯଦି ଆପଣ ଭିଡ଼ିଓକୁ ଧ୍ୟାନର ସହ ଶୁଣିବେ, ତା’ ହେଲେ ଏକ ଛୋଟ ଆବାଜ ଶୁଣିବାକୁ ପାଇବେ। ଭିଡ଼ିଓଟିକୁ Welcome to Nature ନାମକ ଟୁଇଟର ପେଜରୁ ସେୟାର କରାଯାଇଛି। ଏହାସହିତ କ୍ୟାପସନ ଲେଖାଯାଇଛି, ‘ସେରେଙ୍ଗେତି ଜାତୀୟ ଉଦ୍ୟାନରେ ଏକ ସିଂହ ଛୁଆ’।

ଏହି ଭିଡ଼ିଓକୁ 26 ଏପ୍ରିଲରେ ସେୟାର କରାଯାଇଛି। ଏହାକୁ ଏ ପର୍ଯ୍ୟନ୍ତ 90 ହଜାରରୁ ଅଧିକ ଭିୟୁଜ ମିଳିସାରିଥିବା ବେଳେ 9 ହଜାରରୁ ଅଧିକ ଲାଇକ୍ସ ଏବଂ 1.8 ହଜାର ଥର ରି-ଟୁଇଟ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.